ଏରସମା,୧୬।୩ (ସ୍ବ.ପ୍ର.): ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଗତ ଗୁରୁବାର ଅନୁଗୋଳ ଜିଲାର ଏକ ଶ୍ମଶାନରୁ ଶିଶୁକନ୍ୟାଟିଏ ଉଦ୍ଧାର ହୋଇଥିବା ବେଳେ ରବିବାର ଏରସମା ଥାନା ଅଧୀନ ଜିରାଇଲୋ ପଞ୍ଚାୟତର ଏକଘରିଆ ନିକଟ ରାସ୍ତାକଡ଼ରୁ ଆଉ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ଶିଶୁକନ୍ୟାଟିକୁ କେହି ରାସ୍ତାକଡ଼ରେ ଏକ କପଡ଼ା ଉପରେ ଶୁଆଇ ଦେଇ ଯାଇଥିବା ବରତଳ ଗ୍ରାମର ସୁଦର୍ଶନ ସ୍ବାଇଁ ଦେଖିଥିଲେ। ଶିଶୁଟିକୁ ଉଦ୍ଧାର କରି ସେ ଏରସମା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଖବରପାଇ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି)ର କର୍ମକର୍ତ୍ତା ସେଠାରେ ପହଞ୍ଚତ୍ ସମ୍ପୃକ୍ତ ଶିଶୁକନ୍ୟାକୁ ନେଇଥିବା ଜଣାପଡ଼ିଛି।