ରାସ୍ତାକଡ ଡ୍ରେନ୍‌ରୁ ଷଣ୍ଢ ଉଦ୍ଧାର

ଦିଗପହଣ୍ଡି,୧୭ା୭(ଡି.ଏନ.ଏ.)- ଦିଗପହଣ୍ଡି ଏନଏସି ୧ନଂ. ୱାର୍ଡ ନୀଳକଣ୍ଠ ନଗର ପ୍ରଥମ ଲେନରେ ନବନିର୍ମିତ ଡ୍ରେନ୍‌କୁ ବୁଧବାର ସକାଳେ ଏକ ଷଣ୍ଢ ଖସିପଡିଥିଲା। ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଫୋନ କରି ଜଣାଇଥିଲେ। ଅଗ୍ନିଶମ ବାହୀନି ପହଞ୍ଚତ୍ ଷଣ୍ଢଟିକୁ ଉଦ୍ଧାର କରିଛି। ଡ୍ରେନ୍‌ ଉପରେ ରାସ୍ତା ପାଣି ଯିବାପାଇଁ ଗୋଟିଏ ସ୍ଲାବ ଛଡା ଯାଇଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଷଣ୍ଢଟି ଉକ୍ତ ଗର୍ତ୍ତ ମଧ୍ୟକୁ ଖସି ପଡିଥିଲା।

Share