ରାସ୍ତାକୁ ନେଇ ବିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ,୧୪ା୯ -ଫୁଲବାଣୀ ବ୍ଲକ ଦଡକି ପଞ୍ଚାୟତର ଦୁବଗଡ ପିପଳସାହିରେ ଏକ ରାସ୍ତାକୁ ନେଇ ବିବାଦ ସୃଷ୍ଟି ହେବା ସହ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପିପଳସାହି ବାସିନ୍ଦା ଧ୍ୱଜ ବେହେରାଙ୍କ ପୈତୃକ ସମ୍ପତି ୩ ଏକର ଜାଗା ରହିଛି । ଏହି ଜାଗାକୁ ଲାଗି ଏକ ସରକାରୀ ଜାଗା ମଧ୍ୟ ରହିଛି । ଏହା ଅପରିସ୍କାର ଓ ଲଟାବୁଦା ଭର୍ତ୍ତି ହୋଇ ରହିଥିବାରୁ ବେଣାକେରା ଗଁ। ଲୋକେ ସେଠାରେ ମଳତ୍ୟାଗ କରୁଥିଲେ। ମାସେ ତଳେ ଉକ୍ତ ସରକାରୀ ଜାଗାକୁ ସଫା କରି ସେଠାରେ ଗଛ ଲଗାଇବାକୁ ଧ୍ୱଜ ବେହେରା ଉଦ୍ୟମ କରିଥିଲେ। ମାତ୍ର ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ। ଗଁ। ର ପିଲାମାନେ ଏଠାରେ ଖେଳକୁଦ କରୁଥିବା କହିଥିଲେ। ପରେ ଉଭୟ ଧ୍ୱଜ ବେହେରା ଓ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ଆର୍‌ଆଇଙ୍କୁ ପଠାଇ ସରକାରୀ ଜାଗା ଓ ଧ୍ୱଜ ବେହେରାଙ୍କ ଜାଗା ଚିହ୍ନଟ କରିଥିଲେ। ପରେ ଧ୍ୱଜ ନିଜ ଜାଗାକୁ ବାଡ ଘେରାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ତେବେ ଧ୍ୱଜଙ୍କ ଚିହ୍ନଟ ଜାଗା ଦେଇ ଏକ ରାସ୍ତା ରହିଛି ଏବଂ ଉକ୍ତ ରାସ୍ତାଦେଇ ଜାଗାର ମାଲିକ ଧ୍ୱଜ ବେହେରାଙ୍କ ପରିବାର ସମେତ ଗ୍ରାମବାସୀ ଯାତାୟତ କରନ୍ତି। ଯେହେତୁ ଉକ୍ତ ରାସ୍ତା ଧ୍ୱଜ ବେହେରାଙ୍କ ପଟ୍ଟା ଜମି ତେଣୁ ସେ ତାହାକୁ ମଧ୍ୟ ବାଡ ପକାଇବାକୁ ଉଦ୍ୟମ କରିବାରୁ ବିବାଦ ଉପୁଜିଥିଲା। ଉକ୍ତ ରାସ୍ତା ଗ୍ରାମକୁ ଯିବାର ଏକମାତ୍ର ରାସ୍ତା ଓ ଦୀର୍ଘଦିନ ଧରି ଗ୍ରାମବାସୀ ସେହି ରାସ୍ତା ଦେଇ ଯାତାୟତ କରୁଥିବାରୁ ଏହି ରାସ୍ତା ଅବରୋଧକୁ ଗ୍ରାମବାସୀ ବିରୋଧ କରିଥିଲେ। ପାଟିତୁଣ୍ଡ ସହ ଧ୍ୱଜ ବେହେରାଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀ ମାଡମାରିଥିବା ନେଇ ନଂ.୭୧/୧୯ରେ ଫୁଲବାଣୀ ସଦର ଥାନାରେ ମାମଲା ହୋଇଛି। ବହୁ ସଂଖ୍ୟାରେ ଗ୍ରାମବାସୀ ରାସ୍ତା ଅବରୋଧ ହଟାଇବାକୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଉପଜିଲାପାଳ ବୀରେନ୍ଦ୍ର କୁମାର ଦାସ ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହ ରାସ୍ତା ଅବରୋଧ ହଟାଇବାକୁ ପ୍ରତିଶ୍ରୁତି ଦେବାପରେ ଲୋକେ ଫେରିଥିଲେ। ଅନ୍ୟପକ୍ଷରେ ଧ୍ୱଜ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି ଉକ୍ତ ରାସ୍ତା ତାଙ୍କ ପଟା ଜମିରେ ରହିଛି ଓ ସେ ନିଜେ ଏହି ରାସ୍ତାକୁ ତାଙ୍କ ଘରୋଇ ବ୍ୟବହାର ପାଇଁ ନିର୍ମାଣ କରିଥିଲେ। ପୂର୍ବରୁ ଗ୍ରାମବାସୀଙ୍କୁ ସେହି ରାସ୍ତା ବ୍ୟବହାର କରିବାକୁ ପ୍ରତିବନ୍ଧକ କରୁନ ଥିଲି। ଏପରିକି ତାଙ୍କ ଜାଗାରେ ହୋଇଥିବା ମଣ୍ଡପ, କୂଅକୁ ସେ ଗ୍ରାମବାସୀଙ୍କ ପାଇଁ ଛାଡି ଦେଇଥିଲେ। ତେବେ ତାଙ୍କ ପରିବାରର ଆବଶ୍ୟକତା ପାଇଁ ଏବଂ ଏବେ ଉପୁଜିଥିବା ସମସ୍ୟା ପାଇଁ ସେ ତହସିଲଦାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପଟ୍ଟା ଜାଗାକୁ ପୋଲିସ ଉପସ୍ଥିତରେ ବାଡ ପକାଇଛନ୍ତି ବୋଲି କହିଥିଲେ। ଏନେଇ ଉପଜିଲାପାଳ ଦାସଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଉକ୍ତ ଜାଗାର ପଟ୍ଟା ଧ୍ୱଜ ବେହେରାଙ୍କ ନାମରେ ଥିଲେ ମଧ୍ୟ ଯେହେତୁ ରେକର୍ଡରେ ଉକ୍ତ ଜାଗା ରାସ୍ତା ଭାବେ ରହିଛି ଓ ଦୀର୍ଘବର୍ଷ ଧରି ଗ୍ରାମବାସୀ ସେହି ରାସ୍ତା ବ୍ୟବହାର କରି ଆସୁଛନ୍ତି ଏବଂ ଆଉ କୌଣସି ବିକଳ୍ପ ରାସ୍ତା ନାହିଁ ତେଣୁ ରାସ୍ତା ଅବରୋଧ କରାଯାଇ ପାରିବ ନାହିଁ ା ତେଣୁ ସେ ତହସିଲଦାରଙ୍କୁ ଉକ୍ତ ରାସ୍ତା ଅବରୋଧ ହଟାଇବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘନଘନ ବିଦ୍ୟୁତ୍‌ କାଟ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡି,୨୫।୪(ଅରୁଣ ସାହୁ): ରାଜ୍ୟର ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଗତ କିଛିଦିନ ହେଲା ଘନଘନ ବିଦ୍ୟୁତ୍‌ କାଟକୁ...

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: ଦାରିଙ୍ଗବାଡ଼ି ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ଶ୍ରୀନଗରର ପହଲଗାମରେ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିବା ଓ ଏଥିରେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ଏକାଧିକ...

ପହଲଗାମ ମୃତକଙ୍କ ସ୍ମୃତିରେ ଦୀପଦାନ-ଶୋଭାଯାତ୍ରା

ରାଇକିଆ,୨୪।୪(ପ୍ରଦୀପ ବେହେରା)-ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।...

ତୁମୁଡିବନ୍ଧରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ: ସଭା କାର୍ଯ୍ୟରେ ଫାଙ୍କା ପଡ଼ିଲା ଚୌକି

ତୁମୁଡିବନ୍ଧ,୨୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ପ୍ରଶାସନ ପକ୍ଷରୁ ଗୁରୁବାର ବ୍ଲକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ହେଲେ ଅଳ୍ପ ସଂଖ୍ୟକ...

ଜାତୀୟ ପଞ୍ଚାୟତିରାଜ ଦିବସ: ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ଯୋଜନା ଘୋଷଣା

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ବ୍ଲକ ସ୍ତରରେ ପାଳିତ ହୋଇଛି ଜାତୀୟ ପଞ୍ଚାୟତିରାଜ ଦିବସ। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପ୍ରୀତିରଞ୍ଜନ...

ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି

ଦାରିଙ୍ଗବାଡି, ୨୪ ।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇଆଇସିମାନଙ୍କୁ ଓପିଏସ ଗ୍ରୁପ-ଏ (ଜୁନିଅର ଶାଖା)ର ଗ୍ରେଡକୁ ପଦୋନ୍ନତି କରାଯାଇଛି। ଏହି...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ଦାରିଙ୍ଗବାଡ଼ିରେ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ବିଡିଓ: କାର୍ଯ୍ୟ ତ୍ୱରାନ୍ବିତ କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ଦେଲେ ନିର୍ଦ୍ଦେଶ  

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ପଞ୍ଚାୟତ ସମେତ ୮ ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଚାଲିଛି। ବିଶେଷ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image