ରାସ୍ତାପାର୍ଶ୍ୱ ବୃକ୍ଷରୋପଣରେ ଲକ୍ଷଲକ୍ଷ ଖର୍ଚ୍ଚ: ରକ୍ଷଣାବେକ୍ଷଣ ଅଭାବରୁ ମରିଯାଉଛି ଗଛ

ଲେଫ୍ରିପଡ଼ା,୯।୧୧(ଡି.ଏନ.ଏ)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏ) ରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ସୁନ୍ଦରଗଡ ଜିଲା ଉଜ୍ୱଲପୁର ରେଞ୍ଜରେ ପ୍ରହସନର ରୂପ ନେଇଛି। ଲକ୍ଷ ଲକ୍ଷ ଟଙ୍କା ବିନଯୋଗରେ ରାସ୍ତାଗୁଡ଼ିକର ଉଭୟ ପାର୍ଶ୍ୱରେ ଏହି ଯୋଜନାରେ ବନବିଭାଗ ପକ୍ଷରୁ ବୃକ୍ଷରୋପଣ କରାଯାଉଥିଲେ ସୁଦ୍ଧା ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉ ନାହିଁ। ଫଳରେ ଅନେକ ଗଛ ମରିଯାଉଥିବା ଦେଖିବାକୁ ମିଳୁଛି। ସରକାରୀ ଅର୍ଥ ପାଣିରେ ପଡ଼ୁଥିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି।
ସୂଚନା ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷରେ ଉଜ୍ୱଲପୁର ବନ ବିଭାଗ ପକ୍ଷରୁ ଉଜ୍ୱଲପୁର ଠାରୁ ସର୍ଗିପାଲି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ପାର୍ଶ୍ୱରେ ବୃକ୍ଷରୋପଣ ନାମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୬ଲକ୍ଷ ୧୩ ହଜାର ଟଙ୍କା ମଞ୍ଜୁରୀ ହୋଇଥିବା ବେଳେ ୪ ଲକ୍ଷ ୬୮ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାଧାରଣ ଲୋକଙ୍କ ସୂଚନା ପାଇଁ ସୂଚନାଫଳକ ନିହାତି ଜରୁରୀ ହୋଇଥିଲେ ସୁଦ୍ଧା ଏଠାରେ କୌଣସି ସୂଚନା ଫଳକ ଦିଆଯାଇ ନାହିଁ। ସୂଚନାକୁ ଲୁଚାଇବାକୁ ଉଦ୍ୟମ କରାଯାଇଥିବାରୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଛି। ରାସ୍ତାର ୬ କି.ମି. ଦୂରତା ପର୍ଯ୍ୟନ୍ତ ବୃକ୍ଷରୋପଣର ଅଟକଳ କରାଯାଇଥିଲେ ସୁଦ୍ଧା ଦେଢ କିମିରେ ସୀମିତ ରହିବା ଏବଂ ଆବଶ୍ୟକୀୟ ଯତ୍ନ ଅଭାବରୁ ଗଛଗୁଡ଼ିକ ମରିଯିବା ତଥା ଠିକ୍‌ ଭାବେ ବଢିପାରୁ ନ ଥିବାର ଅଭିଯୋଗ ହୋଇଛି। ଏଭଳିକି ଅନେକ ଗଛ ଚତୁଃପାର୍ଶ୍ୱରେ ଜଙ୍ଗଲ ବୁଦାହୋଇ ଗଛଗୁଡ଼ିକ ନଷ୍ଟ କରି ଦେଉଥିବାବେଳେ ସେ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଗୁରୁତ୍ୱ ଦେଉ ନ ଥିବା ପ୍ରକାଶ ପାଇଛି।
ଏହି ପ୍ରକଳ୍ପ ପାଇଁ ମୋଟ ଖର୍ଚ୍ଚ ୪,୬୮,୭୯୮.୭୬ ଟଙ୍କା ଦର୍ଶାଯାଇଥିବା ବେଳେ ତନ୍ମଧ୍ୟରୁ ୭୦ ଜଣ ଶ୍ରମିକ ନିୟୋଜିତ କରାଯାଇ ୭୦,୯୮୦ ଟଙ୍କା ଶ୍ରମିକଙ୍କ ପାଉଣା ଏବଂ ୩,୯୭,୮୧୮.୭୬ ଟଙ୍କା ସାମଗ୍ରୀ ବାବଦ ଖର୍ଚ୍ଚ ଦର୍ଶାଯାଇଛି। ତନ୍ମଧ୍ୟରୁ ଗାଈଗୋବର ପାଇଁ ୧୧,୨୫୦ଟଙ୍କା, ସୂଚନାଫଳକ ସମେତ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧୯,୭୦୦ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ଏଥିରେ ବୃକ୍ଷରୋପଣରେ କୌଣସି ଗୋବର ଖତ ବ୍ୟବହାର କରାଯାଇ ନାହିଁ। ସୂଚନାଫଳକ ଲଗାହୋଇ ନ ଥିବା ବେଳେ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଛଡା ଏହି ରେଞ୍ଜର ଟାଙ୍ଗରମୁଣ୍ଡାଠାରୁ ଟେଡ଼ଗାମହଣ ରାସ୍ତା, କୁଟ୍ରା ଠାରୁ ତିନକୁଡ଼ା ପଞ୍ଚାୟତ ରାସ୍ତା, ମଙ୍ଗସପୁରଠାରୁ କୁର୍ଲା ରାସ୍ତା, ସାଗରପାଲି ଠାରୁ ଧଉଁରାଅଢା ରାସ୍ତା, ମହୁଲପାଲି ଇଣ୍ଡଷ୍ଟ୍ରି ଠାରୁ କୁର୍ଗା ରାସ୍ତା, ମହୁଲପାଲିଠାରୁ କନକଜୁରା ପ୍ରଧାନମନ୍ତ୍ରୀ ରାସ୍ତା, କେପ୍‌ସେଠାରୁ ଖମାରବାହାଲ, କିିରକେଲା ଠାରୁ କରୁଆବାହାଲ, କିିରକେଲାଠାରୁ ଦୁବେଦାଣ୍ଡ, କିିରକେଲାଠାରୁ କୁରୁଡ଼ୁଙ୍ଗୁରି ଆଦି କେତେକ ରାସ୍ତାପାର୍ଶ୍ୱ ପ୍ରକଳ୍ପ କରାଯାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବୃକ୍ଷରୋପଣ କରାଯାଇଛି। ଗଛଗୁଡ଼ିକର ଆବଶ୍ୟକ ସୁରକ୍ଷା ଓ ଯତ୍ନ ପ୍ରତି ବିଭାଗ ପକ୍ଷରୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଉଜ୍ୱଳପୁରଠାରୁ ସର୍ଗିପାଲି ରାସ୍ତାର ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ଉଜ୍ୱଳପୁର ରେଞ୍ଜର ସଂଗ୍ରାମ କେଶରୀ ମଣିହୀରାଙ୍କୁ ପଚାରିବାରୁ ସୂଚନା ଫଳକ ଲଗାଯାଇଥିଲା। କୌଣସି ବ୍ୟକ୍ତିବିଶେଷ ଭାଙ୍ଗିଚୋରି କରି ନେଇଥିବା ପ୍ରକାଶ କରିଥିଲେ। ବୃକ୍ଷରୋପଣର ରକ୍ଷଣାବେକ୍ଷଣ ଦିଗରେ ପଚାରିବାରୁ ଗାବିଆନ୍‌ ସବୁ ଜନସାଧାରଣ ଚୋରି କରି ନେଇଯାଉଥିବାରୁ ପରେ ଗଛସବୁ ନଷ୍ଟ ହୋଇଯାଉଛି ବୋଲି କହିଛନ୍ତି। ସେହିପରି ଏମ୍‌ଜିଏନ୍‌ଆରଇଜିଏ ଯୋଜନାରେ ବୃକ୍ଷରୋପଣ କରାଯାଇଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରିବାରୁ ଆମ ପାଖରେ ବୃକ୍ଷ ରୋପଣ ପରେ ରକ୍ଷଣାବେକ୍ଷଣ କରିବାକୁ ଓ୍ବାଚର ନାହାନ୍ତି। ଏମ୍‌ଜିଏନ୍‌ଆରଇଜିଏର ପେମେଣ୍ଟ ଅନ୍ୟ ମଜୁରୀ ତୁଳନାରେ କମ୍‌ ଏବଂ ବିଳମ୍ବରେ ପେମେଣ୍ଟ ମିଳୁଥିବାରୁ ଓ୍ବାଚର କାମ କରୁନାହାନ୍ତି ବୋଲି କହିଥିଲେ। ତେଣୁ ଗଛ ସବୁ ନଷ୍ଟ ହୋଇଯାଉଛି ଏବଂ ରକ୍ଷଣାବେକ୍ଷଣ ହୋଇପାରୁନାହିଁ ବୋଲି କହିଛନ୍ତି। ଏମ୍‌ଜିଏନ୍‌ଆରଇଜିଏ ଯୋଜନାର କାର୍ଯ୍ୟକାରିତାରେ ରେଞ୍ଜରର କୌଣସି ସମ୍ପୃକ୍ତି ନାହିଁ। ଏହା ବ୍ଲକ୍‌ ଏବଂ ଫରେଷ୍ଟରମାନେ କାର୍ଯ୍ୟ କରିଥାନ୍ତି ବୋଲି ମଧ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ସ୍ତ୍ରୀଙ୍କ ବୟାନ ରେକର୍ଡ କଲା କ୍ରାଇମ୍‌ବ୍ରାଞ୍ଚ

ବ୍ରହ୍ମପୁର, ୨୬ା୪(ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ। ଶନିବାର କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପି ବିଜୟ କୁମାର...

‘ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ମାର୍ଶାଲ ଆର୍ଟ ରହିଛି’

ଭଞ୍ଜନଗର,୨୬ା୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଯୁକ୍ତ ୩ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର...

ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ: ଭଉଣୀ ଘରକୁ ଯାଇ ରାତିରେ …

ଦିଗପହଣ୍ଡି,୨୬।୪(ଅଶେଷନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁଣ୍ଠପଡ଼ା ଗ୍ରାମର ଇଂ. ଏ ଏଣ୍ଡୁପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ଦିଗପହଣ୍ଡି ପୋଲିସ ବ୍ରହ୍ମପୁର...

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ

ମୋହନା,୨୬ା(ମନ୍ମଥ ମିଶ୍ର): ମୋହନାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ୧୩୪ତମ ଜୟନ୍ତୀ ପାଳିତ ହୋଇଛି। ମୋହନାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ପକ୍ଷରୁ ହୋଇଥିବା ଏହି...

କାଳବୈଶାଖୀ ପ୍ରଭାବ: ଘରଉପରେ ପଡ଼ିଲା ଗଛ

ରାଇକିଆ,୨୪।୪:(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ଅପରାହ୍ନରେ କାଳବୈଶାଖୀ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି । ପ୍ରବଳ ବେଗରେ ପବନ ବହିବା...

କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଦାବିପତ୍ର

କେସିଙ୍ଗା,୨୬ା୪(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ୱାର୍ଡରେ ଏନ୍‌ଏସି ପକ୍ଷରୁ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। କିନ୍ତୁ ୱାର୍ଡ ନଂ.୧୧ରେ କଲ୍ୟାଣ ମଣ୍ଡପ...

ପହଲଗାମ ଆକ୍ରମଣକୁ ନେଇ ଏମିତି କ’ଣ କହିଲେ ସୁଲତା: ପୁରା ଯୋଗ୍ୟତା ନେଇ ପଛରେ ପଡ଼ିଗଲେ ଜୟନାରାୟଣ

ଭୁବନେଶ୍ୱର,୨୬।୪: ସାଂସଦ ସୁଲତା ଦେଓଙ୍କ ମନ୍ତବ୍ୟକୁ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିନ୍ଦା କରିଛନ୍ତି। ଅମଣିଷ ଭାବେ ଏଭଳି କଥା ସବୁ କହିବା ଅତ୍ୟନ୍ତ ନିନ୍ଦନୀୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image