ରାସ୍ତାରୁ କଲେଜ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

ଗଞ୍ଜାମ, ୩୦ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବିରୁଳିଗଡ଼ ରାସ୍ତା ପଣସପଡ଼ିଆ ସାହୁକାର ପୋଖରୀ ନିକଟରେ ଏକ ମୃତଦେହ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଛତ୍ରପୁର ଏସ୍‌ଡିପିଓ ଉତ୍କଳ କେଶରୀ ଦାସ, ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଏବଂ ରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି। ମୃତକ ଜଣକ ଖଲିକୋଟ ଥାନା କୁସିଡେପା ଗ୍ରାମର ଅଶ୍ୱିନୀ କୁମାର ମିଶ୍ର ବୋଲି ଜଣାପଡ଼ିଛି। ସେ ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟର ଜଣେ ଡେମୋନ୍‌ଷ୍ଟ୍ରେଟର ଥିଲେ। ମୃତଦେହ ନିକଟରେ ଏକ କଳା ରଙ୍ଗର ବୁଲେଟ୍‌ ପଡ଼ିଥିବାବେଳେ ମୃତକ ଅଶ୍ୱିନୀଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ବଡ଼ଭାଇଙ୍କ ଏତଲା କ୍ରମେ ପୋଲିସ କେସ ନଂ ୨୭/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Share