Advertisement

ରାସ୍ତାରୁ ଦଶ ଫୁଟ ତଳକୁ ଖସି ଓଲଟିଲା ଆମ୍ବୁଲାନ୍ସ

ଉଦଳା,୧।୬(ଡି.ଏନ୍‌.ଏ.): ରୋଗୀ ଆଣିବାକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ୧୦୮ ଆମ୍ବୁଲାନ୍ସ। ମୟୂରଭଞ୍ଜ ଜିଲା ଉଦଳା-କପ୍ତିପଦା ରାସ୍ତା ବାଉଁଶପାଳ ଛକରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତାରୁ ଦଶ ଫୁଟ ତଳକୁ ଖସି ପଡ଼ିଥିଲା। ଏଥିରେ ଥିବା ୩ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଆମ୍ବୁଲାନ୍ସଟି ରୋଗୀ ଆଣିବା ଲାଗି ଶରତରୁ ମାରସିଙ୍ଗା ଗ୍ରାମକୁ ଯାଉଥିଲା। ଉକ୍ତ ସ୍ଥାନରେ ଗାଡ଼ିଟି ରାସ୍ତା ତଳକୁ ଖସି ଯାଇ ଓଲଟି ପଡ଼ିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel