ରାସ୍ତାରେ ଉନ୍ନତମାନର ମାଙ୍ଗାନିଜ

ଯୋଡ଼ା, ୨୦।୪(ଡି.ଏନ.ଏ.): ଯୋଡ଼ା ମୁଖ୍ୟ ରାସ୍ତାରେ ଥିବା ସରକାରୀ ଡାକ୍ତରଖାନା ସମ୍ମୁଖରେ ଟ୍ରକ୍‌ରୁ ଉନ୍ନତମାନର ମାଙ୍ଗାନିଜ ପଡିବାରୁ ସାଧାରଣ ପଥଚାରୀ ହନ୍ତସନ୍ତ ହେଉଛନ୍ତି। ଶୁକ୍ରବାର ସକାଳେ କୌଣସି ଏକ ଖଣିରୁ ଡ୍ରମ୍ପର ଯୋଗେ ଉନ୍ନତମାନର ମାଙ୍ଗାନିଜ ବୋଝେଇ ହୋଇ ଯୋଡା ଅଭିମୁଖେ ଯାଉଥିଲା। ମୁଖ୍ୟ ରାସ୍ତା ଉପରେ  ମାଙ୍ଗାନିଜ ଗୁଡିକ ଟ୍ରକ୍‌ ଡାଲାରୁ ଖସି ପଡିଥିଲା। ଛୋଟ ଯାନବାହାନଠୁ ଆରମ୍ଭ କରି କମାଣ୍ଡର, ଅଟୋ, ବସ୍‌, ମଟରସାଇକେଲ, ଚାରିଚକିଆ ଯାନ ଯାତାୟାତ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଏହି ଉନ୍ନତମାନର ମାଙ୍ଗାନିଜ କେଉଁ ଖଣିରୁ ପରିବହନ ହେଉଥିଲା ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହା ଚୋରା ଚାଲାଣ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।