ରାସ୍ତାରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ଡ୍ରାଇଭରଙ୍କୁ ଧରି ଛେଚିଲେ ଲୋକେ

ହାଟଡିହୀ, ୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ନଶିର୍‌ପୁରଠାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲିବୋଝେଇ ଟ୍ରକ ଚଢ଼ିଯିବାରୁ ଜଣେ ଦୁଇବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅମୂଲ୍ୟ ଦାସଙ୍କ ରୋହନ।

ସୂଚନାନୁଯାୟୀ, ବାଲିପଦାରୁ ଭଦ୍ରକ ଯାଉଥିବା ଏହି ଟ୍ରକ୍‌ଟି ରାସ୍ତାରେ ଖେଳୁଥିବା ରୋହନଙ୍କ ଉପରେ ଚଢ଼ିଯାଇଥିଲା। ଏହା ପରେ ଟ୍ରକ ଚାଳକ ଫେରାର ହେବାକୁ ଚେଷ୍ଟା କରିଥିଲେ। ହେଲେ ଲୋକମାନେ ତାଙ୍କୁ ଧରିବା ସହ ମାଡ଼ ମାରିଥିବା ଜଣାପଡ଼ିଛି। ଖବର ପାଇ ନନ୍ଦିପଦା ପୋଲିସ ପହଞ୍ଚି ଡ୍ରାଇଭର ବାଙ୍କତିରା ଗ୍ରାମର ଗୋପୀ ମହାପାତ୍ରଙ୍କୁ ଉଦ୍ଧାର କରିଛି। ଅପରପକ୍ଷେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି। ଖବରଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ କେହି ପହଞ୍ଚି ନାହାନ୍ତି।

Share