ତୁମୁଡ଼ିବନ୍ଧ,୨୫।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଗୋପାଳପୁରଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର କୁର୍ତ୍ତୁମଗଡ଼ ପନ୍ଦରମାଇଲ ଛକ ନିକଟ ତଗାଗାଡ଼ା ନାଳଠାରେ ମାଓବାଦୀମାନେ ଗୁରୁବାର ରାତିରେ ଗଛ ପକାଇ ଅବରୋଧ କରିଥିବା ଜଣାପଡ଼ିଛି। ରାସ୍ତାରେ ୩ଟି ଗଛ ପକାଇଥିବା ବେଳେ ଗଛର ଡାଳ ଭିତରେ ଲ୍ୟାଣ୍ଡମାଇନ୍ ମଧ୍ୟ ଖଞ୍ଜା ଯାଇଥିବା ଅନୁମାନ କରାଯାଉଛି। ରାସ୍ତା ଅବରୋଧ ପରେ ରାତ୍ରକାଳୀନ ବସ୍ଗୁଡ଼ିକ ଯିବା ଆସିବା ବନ୍ଦ ହୋଇଯାଇଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହୋଇଛନ୍ତି। ଏଥିସହିତ ମାଓବାଦୀମାନେ ଅକ୍ଟୋବର ଓ ନଭେମ୍ବର ମାସର ବିପ୍ଳବୀ ଡେଙ୍ଗୁରା ଦୁଇ ପୃଷ୍ଠା ବିଶିଷ୍ଟ ମାସିକ ପତ୍ରିକା ଛାପିଛନ୍ତି। ତୁମୁଡ଼ିବନ୍ଧ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛଗୁଡ଼ିକୁ କାଟୁଥିବା ଦେଖିବାକୁ ମିଳିଛି।