Advertisement

ରାସ୍ତାରେ ଗଦାଗଦା ପଲିଥିନ ପଡ଼ିବା ଘଟଣା: ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପଞ୍ଚାୟତର ତତ୍ପରତା

ଦାରିଙ୍ଗବାଡ଼ି,୭।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରବଳ ବର୍ଷା ପରେ ଅବସ୍ଥା ବେହାଲ ହୋଇପଡ଼ିଥିଲା। ବିଶେଷକରି ପଞ୍ଚାୟତ ଅଧୀନରେ ରହିଥିବା ସମସ୍ତ ଡ୍ରେନ ଜାମ୍‌ ଯୋଗୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ରାସ୍ତା ଉପରେ ପ୍ରବାହିତ ହେଉଥିଲା। ଡ୍ରେନରେ ରହିଥିବା ପଲିଥିନ ସହ ଅଳିଆ ଆବର୍ଜନା ଆସି ରାସ୍ତା ଉପରେ ଗଦା ହୋଇରହିବା ସହ ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଶନିବାର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ତପତ୍ରତା ପ୍ରକାଶ ପାଇବା ସହ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ଅଳିଆ ଆବର୍ଜନାକୁ ସଫା କରାଯାଉଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକ କହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share