ରାସ୍ତାରେ ଛିଡ଼ା ହୋଇଥିବା ଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍‌: ୨ ମୃତ, ୧ ଗୁରୁତର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ନୟାପଲ୍ଲୀ ଥାନା ଫାୟାର ଷ୍ଟେଶନ ଛକରେ ଶନିବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ ରାସ୍ତାରେ ଛିଡ଼ା ହୋଇଯାଇଥିବା ତିନିଜଣ ଯାତ୍ରୀଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ କ୍ୟାପିଟାଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ପୋଲିସ ଖୋଳତାଡ଼ କରୁଛି। ତେବେ ଟ୍ରକ୍‌ଟି ନୟାପଲ୍ଲୀରୁ ବରମୁଣ୍ଡା ଯାଉଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀମାନଙ୍କ ଉପରେ ଚଢ଼ି ଯାଇଥିଲା। ତେବେ ଉପସ୍ଥିତ ଲୋକେ ଟକ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Share