ରାସ୍ତାରେ ଜଳ ପ୍ରବାହ, ଭାଙ୍ଗିଲା କଲଭର୍ଟ

ବନ୍ତ, ୧୩ା୬ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ତ୍ରିକୋଣା-ପଡ଼ିଆପଡ଼ା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କରେ ଅତ୍ୟଧିକ ଜଳ ପ୍ରବାହ ଯୋଗୁ କଲଭର୍ଟ ଭାଙ୍ଗିଯିବା ସହ ରାସ୍ତାରେ ଖାଲ ସୃଷ୍ଟି ହୋଇଛି। ପଡ଼ିଆପଡ଼ା ସମେତ ଆଖପାଖ ଗ୍ରାମର ଲୋକେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ, ନିଳୋକ ପଞ୍ଚାୟତର ପଡ଼ିଆପଡ଼ା, ଘରପଦା, ରାଣୀପୁର ଆଦି ଗ୍ରାମବାସୀଙ୍କ ଯାତାୟାତ ସୁବିଧା ଲାଗି ପଡିଆପଡାଠାରୁ ତ୍ରିକୋଣା ଛକ ପର୍ଯ୍ୟନ୍ତ ୧ କି.ମି. ଦୂରତ୍ୱ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବର୍ଷକ ତଳେ ରାସ୍ତା ନିର୍ମାଣ କରାଯାଇଥିଲା। ରାସ୍ତା ନିର୍ମାଣ ସମୟରେ ଏଷ୍ଟିମେଟ ଅନୁଯାୟୀ କଲଭର୍ଟ ନିର୍ମାଣ କରାଯାଇଥିବା ବେଳେ ପଡ଼ିଆପଡ଼ାଠାରେ ମୁଖ୍ୟ କଲଭର୍ଟ ନିର୍ମାଣ ହୋଇଥିଲା। ଟିଲୋ, ଘରପଦା ଆଦି ଅଞ୍ଚଳର ବର୍ଷାଜଳ ନିକଟସ୍ଥ କପାଳି ନଦୀକୁ ନିଷ୍କାସିତ ହେବାର ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଉକ୍ତ କଲଭର୍ଟ ନିର୍ମାଣ ହେବାର କିଛିଦିନ ପରେ ଭାଙ୍ଗିଯିବା ସହ ରାସ୍ତାରେ ବିରାଟ ଖାଲ ହୋଇଛି। ଫଳରେ ଉକ୍ତ ରାସ୍ତା ଦେଇ ଯାଆସ କରିବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ନାନା ସମସ୍ୟା ଭୋଗୁଛନ୍ତି। ଏ ସମ୍ପର୍କରେ ଗ୍ରାମବାସୀ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କୁ ଜଣାଇଥିଲେ ମଧ୍ୟ ମରାମତି କରାଯାଉ ନାହିଁ। ଉକ୍ତ କଲଭର୍ଟରୁ କପାଳି ନଦୀକୁ ହୋଇଥିବା ନାଳରେ ପଥର ପ୍ୟାକିଂ କରାଯାଇ ନ ଥିବାରୁ ତାହା ବର୍ଷାଜଳରେ ଧୋଇ ହୋଇ ନଷ୍ଟ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି କଲର୍ଭଟକୁ ତୁରନ୍ତ ମରାମତି କରାଯିବାକୁ ରମାକାନ୍ତ ସ୍ବାଇଁ, ମାନସ କୁମାର ବିଶ୍ୱାଳ, ବିଶ୍ୱନାଥ ବେହେରା, ଶ୍ରୀଧର ସ୍ବାଇଁ, ପୁରୁଷୋତ୍ତମ ବେହେରା, ନରହରି ବେହେରା, ରମେଶ ରାଉତ, ମନମୋହନ ଜେନା ପ୍ରମୁଖ ଦାବି ଜଣାଇଛନ୍ତି। ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେବା ଯୋଗୁ କଲଭର୍ଟ ନଷ୍ଟ ହେଉଛି। ଜଳ ନିଷ୍କାସନ ପାଇଁ ଅଧିକ କଲଭର୍ଟ ନିର୍ମାଣ କରାଗଲେ ଏଭଳି ସମସ୍ୟା ଉପୁଜିବ ନାହିଁ ବୋଲି ଠିକାଦାର ନିର୍ମଳ ଚନ୍ଦ୍ର ରାଉତ କହିଛନ୍ତି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ କୃଷ୍ଣପଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି, ଉକ୍ତ କଲଭର୍ଟରେ ବ୍ୟବହୃତ ହ୍ୟୁମ ପାଇପ୍‌ ଛୋଟ ଥିବାରୁ ଠିକ୍‌ ଭାବେ ପାଣି ଯାତାୟାତ କରିପାରୁ ନ ଥିବାରୁ କଲଭର୍ଟ ନଷ୍ଟ ହେଉଛି। ଖୁବ୍‌ଶୀଘ୍ର ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ବାରାକରୁ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ବର,୮।୪: ବାଲେଶ୍ବର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଯଶୋଦା ଦାସ। ରିପୋର୍ଟ...

ଭକ୍ତମୟ ହେଉଛି ଚନ୍ଦନେଶ୍ୱର ଶୈବପୀଠ, ସମୀକ୍ଷାକଲେ ବିଧାୟକ

ଭୋଗରାଇ, ୭ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳା ମାର୍ଚ୍ଚ ୩୧ରୁ ଧ୍ୱଜ...

ଓଡ଼ିଶା ଭିତରେ ପଶି ପଶ୍ଚିମବଙ୍ଗ ରାସ୍ତା ନିର୍ମାଣକୁ ବନ୍ଦ କଲେ ବିଧାୟକ ଗୌତମ ବୁଦ୍ଧ

ଭୋଗରାଇ, ୭।୪(ପ୍ରଦୀପ ଦାସ): ଆମେ ଓଡ଼ିଆ। ମା, ମାଟି ମାତୃଭାଷା ବିପନ୍ନ ହେଲେ ସୁରକ୍ଷା ପାଇଁ ଲଢ଼େଇକରି ବଞ୍ଚିବା ଶିଖିଛୁ। ଯୋଗ୍ୟ ସନ୍ତାନ ଭାବେ ଆମ...

ବାଲେଶ୍ବରରେ ରାମନବମୀ ଶୋଭାଯାତ୍ରାରେ ନିଆରା ଦୃଶ୍ୟ

ବାଲେଶ୍ବର,୬।୪: ଆଜି ପବିତ୍ର ରାମନବମୀ। ସବୁଠି ଉତ୍ସବମୁଖର। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ।...

ସୀମା ଟପିଲା ଯୌତୁକ ନିର୍ଯାତନା: ବୋହୂକୁ ନିର୍ଧୂମ ପିଟିଲେ ଶାଶୁ-ଶ୍ୱଶୁର

ବାଲେଶ୍ୱର,୬ା୪(ବାଞ୍ଛାନିଧି ଦେ): ଅଧିକ ଯୌତୁକ ଦାବି କରି ବୋହୂକୁ ଶାଶୁଘର ଲୋକଙ୍କ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶାଶୁଘର ଲୋକଙ୍କ ମାଡ଼ରେ ବୋହୂ ଗୁରୁତର ହୋଇ...

ବସ୍ କୁ ପିଟିଲା ଟ୍ରକ୍: ୧୩ ଯାତ୍ରୀ ଆହାତ, ଦୁଇ ଗୁରୁତର

ନୀଳଗିରି, ୨।୪(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବରରୁ ଉଦଳା ପୋଢାଡ଼ିହା ଯାଉଥିବା ମାମା ନାମକ ଘରେଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ନୀଳଗିରି ସେରଗଡ ଝରଣାଘାଟି...

ବକେୟା ଅର୍ଥ ମାଗିବାକୁ କେନ୍ଦ୍ର କରି ହଣାକଟା,୧୨ ଗୁରୁତର

ବାଲେଶ୍ୱର,୨ା୪ (ବାଞ୍ଛାନିଧି ଦେ): ବକେୟା ଅର୍ଥକୁ ନେଇ ବାଲେଶ୍ୱର ଜିଲା ବସ୍ତା ଥାନା ବାହାର୍ଦ୍ଦା ବସ୍ତିରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ୪ମହିଳାଙ୍କ ସମେତ...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅର୍ଥ ଆତ୍ମସାତ୍‌: ଗିରଫ ହେଲେ ଭାରପ୍ରାପ୍ତ ସମବାୟ ସମିତି ସମ୍ପାଦକ

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): କ୍ଷତିଗ୍ରସ୍ତ ଚାଷୀଙ୍କ ଉଦ୍ଦେଶ୍ୟରେ ଆସିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କ୍ଷତିପୂରଣ ଅର୍ଥ ଆତ୍ମସାତ ଅଭିଯୋଗରେ ସମବାୟ ସମିତିର ଜନୈକ ଭାରପ୍ରାପ୍ତ ସମ୍ପାଦକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image