Categories: ଜାତୀୟ

ରାସ୍ତାରେ ଥିବା ଖାଲଖମାରେ ଗଛ ଲଗାଇ ପ୍ରତିବାଦ ଜଣାଇଲେ ବାସିନ୍ଦା

ହାଇଦ୍ରାବାଦ,୧୮।୧୧: ବାରମ୍ବାର କୌଣସି ସମସ୍ୟା ନେଇ ପ୍ରଶାସନ ନିକଟରେ ଗୁହାରି କରିବା ପରେ ଏହାର ସମାଧାନ ନ ହେଲେ ବେଳେବେଳେ ଲୋକେ ଅଜବ ପ୍ରତିବାଦ ଜଣାଇଥାନ୍ତି। ଏଭଳି ଏକ ପ୍ରତିବାଦ କରିଛନ୍ତି ତେଲେଙ୍ଗାନା ହାଇଦ୍ରାବାଦ୍‌ସ୍ଥିତ ପୀର୍ଜାଡ଼ିଗୁଡ଼ା ଅଞ୍ଚଳର ବାସିନ୍ଦା। ସେମାନେ ଗତ ସେପ୍ଟେମ୍ବରଠାରୁ ଲଗାତାର ସ୍ଥାନୀୟ ପ୍ରଶାସନ ନିକଟରେ ରାସ୍ତାଘାଟରେ ଥିବା ଖାଲଖମା ଠିକ୍‌ କରିବା ପାଇଁ ଗୁହାରି କରିବା ପରେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ଏକ ଅଜବ ପ୍ରତିବାଦ କରିଛନ୍ତି। ସେମାନେ ମିଳିତ ଭାବେ ରାସ୍ତାର ଖାଲଖମାରେ ଗଛ ଲଗାଇଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share