Categories: ଜାତୀୟ

ରାସ୍ତାରେ ପଡିଲା ବିଡା ବିଡା ଟଙ୍କା, ଗୋଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା

କୋଲକାତା,୨୧।୧୧: ବିରାଟ ଅଟ୍ଟାଳିକା ଉପରୁ ବିଡା ବିଡା ଟଙ୍କା ପଡୁଛି। ରାସ୍ତାରେ ଟଙ୍କା ଗୋଟାଇବାକୁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର କୋଲକାତା ସହରରେ। ଏକ ଘରୋଇ ସଂସ୍ଥାର ଏକ କାର୍ଯ୍ୟାଳୟ ଉପରେ ଡିଆରଆଇ ଅଧିକାରୀ ଚଢାଉ କରାଯାଇଥିଲା। ଚଢାଉ ସୂଚନା ପାଇବା ପରେ ଅଟ୍ଟାଳିକା ଭିତରେ ଏକ ଗାଧୁଆ ଘର ଭିତରୁ ରାସ୍ତାକୁ ଟଙ୍କା ବିଡା ଫୋପଡାଯାଇଥିଲା। ଏହି କାର୍ଯ୍ୟାଳୟରେ ଆମଦାନୀ ଏବଂ ରପ୍ତାନୀ କାର୍ଯ୍ୟ ହୋଇଥାଏ। ତେବେ ଏଥିରେ କିଛି ବଡ ଧରଣର ଠକେଇ ଅଭିଯୋଗ ହୋଇଥିଲା। ଯାହାକୁ ଆଧାର କରି ଚଢାଉ ଉକରାଯାଇଥିଲା। ଚଢାଉ ଭୟରେ ଅଟ୍ଟାଳିକାର ଅଷ୍ଟମ ମହଲାରୁ ୫୦୦ ଏବଂ ୨୦୦୦ଟଙ୍କିଆ ନୋଟ ରାସ୍ତାକୁ ଫୋପଡା ଯାଇଥିଲା ବୋଲି ଜଣାପଡିଛି। ପାଖାପାଖି ୩.୭୪ ଟଙ୍କା ଫିଙ୍ଗାଯାଇଥିବା ବୋଲି କହିଛି।

Share