ରାସ୍ତାରେ ଫାଟିଲା ସାଇକେଲ୍‌ ଚକା: ବିଳମ୍ବରେ ପହଞ୍ଚିବାରୁ ମାଟ୍ରିକ୍‌ ପରୀକ୍ଷା ଦେଇପାରିଲେନି ଛାତ୍ର

ଅମରପାଲି,୨୬।୨(ଡି.ଏନ୍‌.ଏ.): ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହେବାରୁ ଜଣେ ଛାତ୍ର ମାଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ କେନ୍ଦ୍ରରେ। ସେ ହେଲେ ଅମରପାଲି ହାଇସ୍କୁଲର ଛାତ୍ର ଜିତୁ କର୍ମୀ। ପରୀକ୍ଷା କେନ୍ଦ୍ରକୁ ଆସୁଥିବା ସମୟରେ ରାସ୍ତାରେ ଜିତୁଙ୍କ ସାଇକେଲ ଚକା ଫାଟି ଯାଇଥିଲା। ସେ ଚାଲିକି ଆସୁଥିବା ସମୟରେ ଜଣେ ତାଙ୍କୁ ବାଇକ୍‌ରେ ନେଇ ପରୀକ୍ଷା କେନ୍ଦ୍ରରେ ଛାଡିଥିଲେ। ମାତ୍ର ୨୦ ମିନିଟ୍‌ ବିଳମ୍ବ ଯୋଗୁ ସୁପରିଣ୍ଟେଣ୍ଡେଣ୍ଟ ତାଙ୍କଠାରୁ ଏକ ଦରଖାସ୍ତ ଲେଖାଇ ନେଇଥିଲେ । ମାତ୍ର ପରୀକ୍ଷା ଦେବାକୁ ଅନୁମତି ଦେଇ ନ ଥିବା ଜିତୁ କହିଛନ୍ତି।

Share