ରାଇକିଆ,୧୬।୧୧(ପ୍ରଦୀପ ବେହେରା):କନ୍ଧମାଳ ଜିଲା ରାଇକିଆ ମୁଖ୍ୟ ରାସ୍ତାରେ ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଏହାକୁ ମରାମତି କରାଯାଉନାହିଁ। ଫଳରେ ଯାନବାହନ ଚଳାଚଳର ଅସୁବିଧା ସୃଷ୍ଟି ହେଇଥିବା ବେଳେ ଏହି ଖାଲ ଗୁଡ଼ିକରେ ପାଣି ଜମି ରହୁଛି। ବିଦ୍ୟାଳୟକୁ ଯାଉଥିବା ଛାତ୍ରୀଛାତ୍ରମାନଙ୍କ ଉପରେ କାଦୁଅ ପାଣି ଛିଟିକି ପଡୁଛି।
ଏ ନେଇ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ। ପୂର୍ବରୁ ଏହି ସ୍ଥାନ ଗୁଡିକରେ ହମ୍ପସ ଥିବାବେଳେ ଏହାକୁ ଖୋଳି ବାହାର କରିଦିଆଯାଇଥିଲା। ଫଳରେ ସେହି ସ୍ଥାନ ଗୁଡିକରେ ଖାଲ ସୃଷ୍ଟି ହେବା ସହ ପାଣି ଜମି ରହୁଛି।