ରାସ୍ତାରେ ବର୍ଷିଲା ଟଙ୍କା

ଓ୍ବାଶିଂଟନ, ୧୨।୭: ଆମେରିକାର ନର୍ଥ ଆଟଲାଣ୍ଟାର ଇଣ୍ଟରଷ୍ଟେଟ୍‌ ହାଇଓ୍ବେ ନମ୍ବର ୨୮୫ରେ ଡଲାର ବର୍ଷା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକମାନେ ଉକ୍ତ ଟଙ୍କାକୁ ଗୋଟାଉ ଥିବାର ଭିଡିଓରେ ଦେଖାଯାଇଛି। ସୂଚନାଯୋଗ୍ୟ, ଏକ କମ୍ପାନୀ ପକ୍ଷରୁ ଟ୍ରକରେ ୧, ୭୫, ୦୦୦ ଡଲାର୍‌ ଅର୍ଥାତ୍‌ ପାଖାପାଖି ୧୨୦କୋଟି ଟଙ୍କା ଏକ ଟ୍ରକରେ ପଶି ଯାଉଥିଲା। ହଠାତ୍‌ ଟ୍ରକ୍‌ର ଝରକା ଖୋଲି ଯିବାରୁ ନୋଟ୍‌ ଗୁଡିକ ରାସ୍ତାରେ ବିଛେଇ ହୋଇ ପଡିଥିଲା। ଟଙ୍କା ଗୋଟାଇବା ପାଇଁ ରାସ୍ତାରେ ଲୋକଙ୍କ ଭିଡ ଜମିଥିଲା। ଘଟଣା ସମ୍ପର୍କରେ କମ୍ପାନୀ ପକ୍ଷରୁ ପୋଲିସରେ ଏତଲା ଦିଆଯାଇଥିଲା। ପୋଲିସ ତଦନ୍ତ କରି ଲୋକଙ୍କଠାରୁ ମାତ୍ର ୩ ଲକ୍ଷ ଟଙ୍କା ଫେରାଇ ଆଣିବାରେ ସମର୍ଥ ହୋଇଛି।

Share