ରାସ୍ତାରେ ବେଲୁନ୍‌ ବିକୁଥିବା ଦେଢ ବର୍ଷର ପିଲାକୁ କୋଳେଇ ନେଲେ ନୁଶରତ୍‌, ଫଟୋ ଭାଇରାଲ

ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁଶରତ୍‌ ଜାହାଁଙ୍କ ଇନଷ୍ଟାଗ୍ରାମର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ନୁଶରତ୍‌ ଫୁଟପାଥ୍‌ରେ ବୁଲୁଥିବା ଏକ ପିଲାଟିକୁ ଜାବୁଡି ଧରି ଚୁମ୍ବନ ଦେଉଥିବାର ଦେଖାଯାଇଛି। ଏହି ଫଟୋକୁ ୟୁଜର୍ସ ବେଶ୍‌ ପସନ୍ଦ କରିଛନ୍ତି। ନୁଶରତ୍‌ ସାପ୍ତାହିକ ଛୁଟି କାଟୁଥିବାବେଳେ ଏହି ଦେଢବର୍ଷର ପିଲାଟିକୁ ବେଲୁନ୍‌ ବିକୁଥିବାର ଦେଖିବାକୁ ପାଇଥିଲେ। ଏହି ପିଲାଟି ପାଖକୁ ନୁଶରତ୍‌ ଯାଇ ତାଙ୍କୁ କୋଳେଇ ନେଇଥିଲେ। ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍‌ ଜାହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ ମଥାରେ ସିନ୍ଦୁର ଏବଂ ଗଳାରେ ମଙ୍ଗଳ ସୁତ୍ର ପିନ୍ଧି ସେ ସଂସଦକୁ ଶପଥ ନେବାକୁ ଆସିଥିଲେ। ଏହାକୁ ନେଇ କିଛି ମୁସଲମାନ ସଂଗଠନ ଆପତ୍ତି ଉଠାଇଥିଲେ। ଏହାର ଜବାବରେ ମୁଁ ଭାରତର ପ୍ରତିନିଧିତ୍ୱ କରୁଛି। ଯେଉଁଠି ସବୁ ଧର୍ମର ଲୋକ ବାସ କରନ୍ତି। ତେଣୁ ମୁଁ ସବୁ ଧର୍ମକୁ ସମ୍ମାନ କରେ ବୋଲି କହିଥିଲେ।

Share