ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

ବୁଗୁଡ଼ା,୧୭ା୭(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମ ୫ନଂ. ୱାର୍ଡରେ ଥିବା ତେଲୁଗୁସାହି ରାସ୍ତା ମରାମତି ଅଭାବରୁ ଖାଲଖମାରେ ଭର୍ତ୍ତି ହୋଇଛି। ଏହାର ମରାମତି ଲାଗି ଗ୍ରାମବାସୀ ଦାବି କରିଛନ୍ତି । ଗୋଲିଆ ୫ନଂ. ୱାର୍ଡର ତେଲୁଗୁ ସାହି ବାରିପଟ ରାସ୍ତା ୪ ବର୍ଷ ହେଲା ମରାମତି ହୋଇନାହିଁ। ଫଳରେ ଖାଲଖମାରେ ଭର୍ତ୍ତି ହେବାସହ ପାଣି ଜମି ରହୁଛି। ବାଧ୍ୟ ହୋଇ ନର୍ଦ୍ଦମା ପାଣିରେ ପଶି ଛାତ୍ରୀଛାତ୍ର ଏବଂ ଗ୍ରାମବାସୀ ଯାତାୟତ କରୁଛନ୍ତି। ପାଣି ଜମି ରହିବା ଫଳରେ ମଶାମାଛିଙ୍କ ବଂଶବୃଦ୍ଧି ଘଟୁଛି। ଏହି ରାସ୍ତା ମରାମତି ପାଇଁ ୨ ବର୍ଷ ତଳେ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ କାମ କରୁନାହିଁ। ଅପରପକ୍ଷରେ ରାସ୍ତା ମରାମତି ପାଇଁ ଗ୍ରାମବାସୀଙ୍କ ତରଫରୁ ବ୍ଲକ ପ୍ରଶାସନକୁ ଜଣାଇ ଦିଆଯାଇଥିଲେ ମଧ୍ୟ ଏଯାଏ ସମାଧାନ କରାଯାଇନାହିଁ । ଏ ସମ୍ପର୍କରେ ବ୍ଲକ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡ଼ାଙ୍କୁ ପଚାରିବାରେ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରି ପଦକ୍ଷେପ ନେବି ବୋଲି କହିଥିଲେ।

Share