Categories: ଖେଳ

ରାସ୍ତାରେ ମାଙ୍କଡଚିତ କରୁଥିବା ଦୁଇ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ନେଲା ସାଇ

କୋଲକାତା,୫।୯: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଦୁଇ ଛାତ୍ରୀଛାତ୍ର ସ୍କୁଲ ପୋଷାକ ପିନ୍ଧି ରାସ୍ତାରେ ମାଙ୍କଡଚିତ (ସମରସଲ୍ଟ) କରୁଥିବାର ଦେଖିବାକୁ ମିଳିଥିଲା। ଉକ୍ତ ଭିଡିଓ ୫ ଥର ଅଲିମ୍ପିକ୍ସ ପଦକ ବିଜେତା ଜିମ୍ନାଷ୍ଟ ନାଡିଆ କୋମାନେସିଙ୍କୁ ଆକର୍ଷିତ କରିଥିଲା। ଏକ ରିପୋର୍ଟ ଅନୁଯାୟୀ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି। ଛାତ୍ରୀଙ୍କ ନାମ ଜଶିକା ଖାନ ହୋଇଥିବାବେଳେ ଛାତ୍ରଙ୍କ ନାମ ମହମ୍ମଦ ଆଜାଜୁଦ୍ଦିନ ଥିବା ଜଣାପଡ଼ିଛି। ବୁଧବାର ଉଭୟ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ପୂର୍ବାଞ୍ଚଳ କେନ୍ଦ୍ରରେ ପହଞ୍ଚତ୍ଛନ୍ତି। ସେମାନଙ୍କୁ ଶୀଘ୍ର ଫୁଲ୍‌ ଟାଇମ ଟ୍ରେନିଂ ଦିଆଯିବ। ଗାର୍ଡେନ ରିଚ୍‌ ଛାତ୍ରୀଛାତ୍ରଙ୍କ କାର୍ଟଓ୍ବିଲ କରୁଥିବାବେଳର ଭିଡିଓ ଭାଇରାଲ ହୋଇଥିଲା। ସେମାନଙ୍କୁ ୧୯୭୬ ଓ ୧୯୮୦ ଅଲିମ୍ପିକ୍ସ ଚାମ୍ପିୟନ ଜିମ୍ନାଷ୍ଟ ନାଡିଆ ପ୍ରଶଂସା କରିଥିଲେ। ଦୁହେଁ କୋଲକାତାସ୍ଥିତ ପୂର୍ବାଞ୍ଚଳ ସାଇ କେନ୍ଦ୍ରରେ ପହଞ୍ଚତ୍ଛନ୍ତି। ଉଭୟଙ୍କୁ ହଷ୍ଟେଲରେ ରଖାଯାଇ ଓ ଟ୍ରେନିଂ ଦିଆଯିବ ବୋଲି ସାଇ କେନ୍ଦ୍ରର ନିର୍ଦ୍ଦେଶକ ମନମୀତ ସିଂ ଗୋଇନ୍ଦି କହିଛନ୍ତି। ଜଶିକା (୧୧) ଓ ଆଜାଜୁଦ୍ଦିନ (୧୨)ଙ୍କୁ ସାଇ କେନ୍ଦ୍ରକୁ ଟ୍ରାୟଲ ପାଇଁ ଡକାଯାଇଛି। ପୂର୍ବରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ପ୍ରତିଭାଶାଳୀ ଆଥ୍‌ଲେଟଙ୍କ ଭିଡିଓ ଶେୟାର କରି ପ୍ରଶଂସା କରିଥିଲେ। ଉଲ୍ଲେଖଥାଉ କି, ଅବସରପ୍ରାପ୍ତ ରୋମାନିଆ ୫୭ ବର୍ଷିୟା ଜିମ୍ନାଷ୍ଟ ବ୍ୟକ୍ତିଗତ ଇଭେଣ୍ଟରେ ୧୯୭୬ ଓ ୧୯୮୦ ଅଲିମ୍ପିକ୍ସରେ ୫ ସ୍ବର୍ଣ୍ଣ ପଦକ ଜିତିଥିଲେ।

Share