ଆରଡି, ୧ା୫(ଡି.ଏନ.ଏ.)-ପଡୋଶୀ ଯାଜପୁର ଜିଲାରେ ଗୁରୁବାର ୧୭ ଜଣଙ୍କର କରୋନା ପଜିଟିଭ ବାହାରିଲା ପରେ ଭଦ୍ରକ ଜିଲା ପ୍ରଶାସନ ଏନେଇ ତପତ୍ର ହୋଇ ଉଠିଛି। ଚାନ୍ଦବାଲି ବ୍ଲକର ଓଳଗ ପଞ୍ଚାୟତର ବୋଡକ ନିକଟରେ ଶୁକ୍ରବାର ଆରଡି – ଯାଜପୁର ରାସ୍ତାକୁ ଆରଡି ଫାଣ୍ଡି ପୋଲିସ ଜେସିବି ସାହାଯ୍ୟରେ ମାଟି ପକାଇ ସିଲ୍ କରିଦେଇଛି। ଫଳରେ ଯାଜପୁର ଓ ଭଦ୍ରକ ଗମନାଗମନ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ଜିଲା ସୀମା ସିଲ ହେବା ପରେ ପ୍ରତିଦିନ ଭଦ୍ରକ ଆସୁଥିବା ପରିବା, ମାଛ, ଦୁଗ୍ଧ ଆଦି ଗାଡି ପୁନଃ ଯାଜପୁର ଫେରିଯାଇଥିଥିବା କୁହାଯାଉଛି ା ଗୁରୁବାର ଫାଣ୍ଡି ପୋଲିସ ପକ୍ଷରୁ ବାଉଁଶ ଦ୍ୱାରା ଜିଲା ସୀମାକୁ ସିଲ କରାଯାଇଥିଲା। ରାତିରେ କେତେକ ଗାଡି ଏହାକୁ ଭାଙ୍ଗି ଭଦ୍ରକ ଜିଲାକୁ ଅନୈତିକ ଭାବେ ପ୍ରବେଶ କରିଥିଲା। ସେଥିପାଇଁ ଧାମନଗର ଏସଡିପିଓଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତାରେ ମାଟି ପକାଇ ଜିଲା ସୀମା ସିଲ୍ କରିଥିବା ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ କହିଛନ୍ତି।