ରାସ୍ତାରେ ମୃତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗୀର ଅଫିସ,୨୧।୬: ବଲାଙ୍ଗୀର ସହର ଜଗନ୍ନାଥପଡ଼ା ରାସ୍ତାରେ ଶୁକ୍ରବାର ସକାଳେ ବୁଲା କୁକୁର ଏକ ମୃତ ଶିଶୁକୁ ଝୁଣି ଖାଉଥିବା ଦେଖିବାକୁ ମିଳିଛି। ସକାଳୁ ଏଭଳି ଦୃଶ୍ୟ ଲୋକଙ୍କୁ ବିଚଳିତ କରିଥିଲା। କୁକୁରଟି ନିକଟସ୍ଥ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରୁ ଏହି ମୃତ ଶିଶୁକୁ ନେଇ ଆସିଥିବା କୁହାଯାଉଛି। ତେବେ ହସ୍‌ପିଟାଲ କର୍ତ୍ତୃପକ୍ଷ ମୃତ ଶିଶୁଙ୍କ ଉଚିତ୍‌ ସଂସ୍କାର କରୁ ନ ଥିବାରୁ ଏଭଳି ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି।

Share