Advertisement

ରାସ୍ତାରେ ରବୀନାଙ୍କ ଡ୍ୟାନ୍ସ ଦେଖି ଲାଜେଇଗଲେ ଝିଅ

ମୁମ୍ବାଇ: କରୋନା ଯୋଗୁ ଏବେ ବଲିଉଡ୍‌ କଳାକାରମାନେ ଘରେ ସମୟ ବିତାଉଛନ୍ତି। ଏହି ସମୟରେ ପ୍ରତ୍ୟେକ କାର୍ଯ୍ୟକଳାପକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଆଜିକାଲି ରବୀନା ଟଣ୍ଡନ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ସେ ଅଧିକାଂଶ ସମୟ ପରିବାର ସହିତ ଭିଡିଓ ଏବଂ ଫଟୋ ଶେୟାର କରୁଥିବା ଦେଖିବାକୁ ମିଳୁଛି। ଏବେ ସେ ୨୦୧୭ର ଏକ ପୁରୁଣା ଭିଡିଓ ଶେୟାର କରିଛନ୍ତି।
ଏହି ଭିଡିଓରେ ସେ ନ୍ୟୁୟର୍କ ରାସ୍ତାରେ ଗୋଟିଏ ଛୋଟ ଡ୍ରେସ୍‌ ପିନ୍ଧି ନାଚୁଥିବାର ନଜର ଆସିଛନ୍ତି। ତାଙ୍କ ସହିତ ଝିଅ ରାଶା ଏବଂ ସ୍ବାମୀ ଅନୀଲ ଥଡାନୀ ମଧ୍ୟ ଅଛନ୍ତି। ତାଙ୍କ ଝିଅ ମା’ଙ୍କ ଏହି ଡ୍ୟାନ୍ସ ଦେଖି ଲାଜେଇ ଯାଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ଏଥିରେ ରବୀନା କ୍ୟାପ୍‌ଶନ ଲେଖିଛନ୍ତି, ଏହା ହେଉଛି ୨୦୧୭ର ଏକ ପୁରୁଣା ଫଟୋ। ଯେତେବେଳେ ନ୍ୟୁୟର୍କର ରାସ୍ତାରେ ଖୁସି ଏବଂ ମଜା ଥିଲା। ସେ କହିଛନ୍ତି, ଏହି ସମୟ ଶୀଘ୍ର ଫେରିଆସୁ। ଏଥିସହିତ ରବୀନା ସମସ୍ତ କରୋନା ଆକ୍ରାନ୍ତଙ୍କ ସୁସ୍ଥ ଏବଂ ନିରାମୟ ଜୀବନ କାମନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share