ରାସ୍ତାରୋକୋ କରି ଆନ୍ଦୋଳନ କଲେ ଚାଷୀ

କୋରୁକୋଣ୍ଡା, ୧୬।୧୨ (ଡ଼ି.ଏନ.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡାଠାରେ ଚାଷୀମାନେ ମାଲକାନଗିରି-ବାଲିମେଳା ରାସ୍ତାକୁ ଅବରୋଧ କଲେ। ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ ନ ମିଳିବା, ଚାଷୀଙ୍କୁ ଯେତିକି ଧାନବିକ୍ରି ନେଇ କୁହାଯାଇଥିଲା ସେଥିରୁ କମିବା ଏବଂ ଜଳକର ପୈଠ କରିବା ପରେ ଜମିକୁ ଜଳ ଯୋଗାଇ ନ ଦେବା ପ୍ରତିବାଦରେ ଚାଷୀମାନେ ଏହି ଆନ୍ଦୋଳନ କରିଥିଲେ। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଅନେକ ଗାଡିମୋଟର ଅଟକି ରହିଥିଲା। ଖବରପାଇ ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗ ପହଞ୍ଚତ୍ ଚାଷୀଙ୍କୁ ବୁଝାଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସୂଚନାଯୋଗ୍ୟ ଯେ, କୋରୁକୋଣ୍ଡା ଲ୍ୟାମ୍ପ ଅନ୍ତର୍ଗତ ୮୮୬ ଜଣ ଚାଷୀଙ୍କୁ ଟୋକନ ନ ମିଳିବାରୁ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି।

Share