ପଦ୍ମପୁର,୨୦।୧(ଡି.ଏନ.ଏ.)-ବରଗଡ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦୁଇ ମାସ ବିତି ଯାଇଛି। ଅଥଚ ଜିଲାର ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ। ବିଭାଗୀୟ ଅବହେଳା ଯୋଗୁ ଜିଲାର ଏହି ଉପଖଣ୍ଡ ଅନ୍ତର୍ଗତ ଲଖମରା ପ୍ରାଥମିକ କୃଷି ସମବାୟ ସମିତି ଅଧିନ ଅନେକ ଚାଷୀ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅମଳ ଧାନ ବିକ୍ରି କରି ନ ପାରି ବହୁ ଅସୁବିଧାର ସମ୍ମଖୀନ ହୋଇଛନ୍ତି। ଏ ନେଇ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଫଳରେ ଅଞ୍ଚଳର ଚାଷୀମାନେ ନିଜ ଅମଳ ଧାନ ଗଦା କରି ସୋମବାର ସକାଳୁ ଲଖମରା ଛକରେ ରାସ୍ତା ଅବରୋଧ କରିଛନ୍ତି। ଏଥିପାଇଁ ଏହି ରାସ୍ତାରେ ଯାନବାହାନ ଚଳାଚଳ ଠପ୍ ହୋଯାଇଛି।