ରାସ୍ତା ଉପରେ ପରିବା ବିକ୍ରି, ରହୁନି ଡଷ୍ଟବିନ୍‌

ଛତ୍ରପୁର,୧୨ା୨(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ସାଇକେଲରେ ଛତ୍ରପୁର ଏନ୍‌ଏସି ବୁଲିଥିଲେ। ମଦ ଦୋକାନଠାରୁ ଆରମ୍ଭ କରି ଚା ଦୋକାନ, ପରିବା, ଛତୁ ଦୋକାନ, ଫାଷ୍ଟଫୁଡ୍‌ ଆଦିକୁ ଯାଇ ଜିଲାପାଳ ଯାଞ୍ଚ କରିଥିଲେ ା ସବୁଠି ଅବ୍ୟବସ୍ଥା ଥିବା ଜିଲାପାଳ ଦେଖିବାକୁ ପାଇବା ସହ ବିରକ୍ତି ପ୍ରକାଶ କରିଥିଲୋ କେଉଁଠି ଦୋକାନ ଓ ରାସ୍ତା ଉପରେ ଦୋକାନୀମାନେ ମଇଳା ପକାଇଥିଲେ ତ ଆଉ କେଉଁଠି ରାସ୍ତା ଉପରେ ପନିପରିବା ବିକ୍ରି ହେଉଥିବା ଦେଖିଥିଲେ। ଏପରିକି କେତେକ ଦୋକାନରେ ପଲିଥିନ କାରବାରକୁ ଜିଲାପାଳ ଧରିଥିଲେ। ପୂର୍ବରୁ ମଧ୍ୟ ଗତ ମାସରେ ଅଚାନକ ଜିଲାପାଳ ଓ ତତ୍କାଳୀନ ନିର୍ବାହୀ ଅଧିକାରୀ ପନିପରିବା ମାର୍କେଟ ଓ ଅନ୍ୟ ସ୍ଥାନ ବୁଲି ଏପରି ଅବ୍ୟବସ୍ଥା ଥିବା ଦେଖିବାକୁ ପାଇଥିଲେ। କେତେକଙ୍କଠାରୁ ସେତେବେଳେ ଜରିମାନା ମଧ୍ୟ ଆଦାୟ କରାଯିବା ସହ ଏପରି ନ କରିବାକୁ ତାଗିଦ୍‌ କରାଯାଇଥିଲା ା ତେବେ ଏହାର କେତେଦୂର କାର୍ଯ୍ୟକାରୀ ହୋଇଛି ତାର ଅନୁଧ୍ୟାନ ପାଇଁ ଜିଲାପାଳ ସାଇକେଲରେ ଆସି ଯାଞ୍ଚ କରିଥିଲେ। ତେବେ ଜିଲାପାଳ ଓ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକୁ କେହି ମାନି ନ ଥିବା ଏଥିରେ ସ୍ପଷ୍ଟ ହୋଇଥିଲା ା ଫାଷ୍ଟଫୁଡ୍‌ ଓ ଚା ଦୋକାନ ଆଗରେ ଡଷ୍ଟବିନ୍‌ ନ ରଖି ଅଳିଆ ଆବର୍ଜନା ଏଣେତେଣେ ପଡିଥିବା ଦେଖିବାକୁ ପାଇଥିଲେ ା ଏ ସମ୍ପର୍କରେ ଜିଲାପାଳ ପଚାରିବା ପରେ ଫାଷ୍ଟଫୁଡ୍‌ ଓ ଚା ଦୋକାନୀମାନେ ତତ୍‌କ୍ଷଣାତ୍‌ ଉକ୍ତ ଆବର୍ଜନାକୁ ବାହାର କରିଥିବା ଦେଖିବାକୁ ମିଳିଥିଲା। ପରିବା ମାର୍କେଟ ବାହାରେ ରାସ୍ତା ଉପରେ ବିକ୍ରି କରୁଥିବା ଦୋକାନୀଙ୍କୁ ଏପରି ନ ବିକିବାକୁ ନିର୍ଦ୍ଦେଶ ଦେଇଥିଲୋ ରାସ୍ତା ଉପରେ ପନିପରିବା ବିକ୍ରି କରୁଥିବା ବ୍ୟବସାୟୀମାନେ ଜିଲାପାଳଙ୍କୁ ଭୁଲ୍‌ ମାଗିବା ସହ ଆଉ ଏମିତି ବିକ୍ରି କରିବୁନି ବୋଲି କହିଥିଲେ ା ଛତ୍ରପୁରର ଏକ ମଦଦୋକାନକୁ ମଧ୍ୟ ଜିଲାପାଳ ଯାଇଥିଲେ ା ଦୋକାନ ସମ୍ମୁଖରେ ଗ୍ଲାସ୍‌, ପାଣି ଓ ମଦ ବୋତଲ ପଡି ପୂତିଗନ୍ଧମୟ ଥିବା ଦେଖିବାକୁ ମିଳିଥିଲାା ଉକ୍ତ ମଦ ଦୋକାନ ଉପରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏଥିସହ ଡଷ୍ଟବିନ୍‌ ରଖି ନ ଥିବା ଓ ପଲିଥିନ ମିଳିଥିତ୍ବା କାରଣରୁ ୪ ଜଣଙ୍କଠାରୁ ମଧ୍ୟ ଜରିମାନା ଆଦାୟ ହୋଇଛି ା ମୋଟ ୨୫,୫୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ଛତ୍ରପୁର ଏନ୍‌ଏସି ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା ଓ ଏନ୍‌ଏସି ଷ୍ଟାଫ୍‌ ଉପସ୍ଥିତ ଥିଲେ ା

Share