Categories: ଜାତୀୟ

ରାସ୍ତା ଉପରେ ଶୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଗଲା ବସ୍‌: ୭ମୃତ

ବୁଲନ୍ଦସହର,୧୧।୧୦: ଉତ୍ତରପ୍ରଦେଶର ବୁଲନ୍ଦସହରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କ ମତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ମହିଳା ଓ ୩ ଶିଶୁ ଅଛନ୍ତି। ସୂଚନାଯୋଗ୍ୟ, ସମସ୍ତ ଶ୍ରଦ୍ଧାଳୁ ବୈଷ୍ଣୋଦେବୀ ଦର୍ଶନ କରି ବସ୍‌ରେ ଫେରିବା ପରେ ଗଙ୍ଗସ୍ନାନ ପାଇଁ ହାଥରସ୍‌ରୁ ନରୌରା ଘାଟକୁ ଯାଉଥିଲେ। ରାସ୍ତାରେ କିଛି ସମୟ ବସ୍‌ ଅଟକିବାରୁ ଶ୍ରଦ୍ଧାଳୁମାନେ ରାସ୍ତା କଡ଼ରେ ବିଶ୍ରାମ କରୁଥିଲେ। ସେହି ସମୟରେ ଏକ ଦୃତଗାମୀ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଶୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବସ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତନାଘନା ଚଳାଇଛି।

Share