ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌: ୫ ଆହତ, କଣ୍ଡକ୍ଟରଙ୍କ ଗୋଡ଼ ଭାଙ୍ଗିଲା

ପଟ୍ଟାଙ୍ଗି,୭।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତ ଅଧୀନ ତେଲରାଇ ଗ୍ରାମ ଛକ ତଥା ୨୬ନଂ ଜାତୀୟ ରାଜପଥ କଡ଼କୁ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍‌ ‘ନଡ଼ିଆ ରାଣୀ’ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ୫ଜଣ ଆହତ ହୋଇଥିବା ବେଳେ ଅନ୍ୟ ୨୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତମାନଙ୍କ ମଧ୍ୟରୁ ବସ୍‌ କଣ୍ଡକ୍ଟର ନିରଞ୍ଜନ ମୁଦୁଲିଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ଯୋଗୁ ତାଙ୍କୁ ଜିଲା ସଦର ମହକୁମାସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ତେବେ ବସ୍‌ଟି କଟକରୁ କୋରାପୁଟ ଜିଲା ଜୟପୁର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।

Share