ଭଦ୍ରକ ଅଫିସ,୨୯।୮: ଭଦ୍ରକ ଟାଉନ ପୋଲିସ ଗୁରୁବାର ବାଇପାସ୍ ଛକ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ଦୁଇ ହାତରେ ସାଲାଇନ ଦିଆଯାଉଥିବା ଭେନ ପ୍ଲାଗ ଲାଗିଥିବାରୁ ସେ ମେଡିକାଲରୁ ପଳାଇ ଆସିଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପୋଲିସ ଅନୁମାନ କରୁଛି। ଏବେ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।