ରାସ୍ତା କଡ଼ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଝାରସୁଗୁଡା ଅଫିସ୍‌/ଲଖନପୁର,୧୩ା୯(ଡି.ଏନ୍‌.ଏ.):ଝାରସୁଗୁଡା ଜିଲା ଚନ୍ଦନୀମାଲ ଗ୍ରାମର ଜନୈକ ମହିଳା ଗୁରୁବାର କାମରେ ଯାଉଥିବାବେଳେ ଚିଚିନ୍ଦା ଗ୍ରାମ ବ୍ରିଜ୍‌ ନିକଟରେ ଏକ ନବଜାତ ଶିଶୁ କାନ୍ଦୁଥିବା ଶୁଣି ପାଖକୁ ଯାଇଥିଲେ। ସେଠାରେ ଏକ ସିମେଣ୍ଟ ବସ୍ତା ଉପରେ ନବଜାତ ଶିଶୁ ଶୋଇଛି ଓ ତା’ଉପରେ ଏକ ଗାମୁଛା ଘୋଡାଯାଇଛି। ଏ ଦୃଶ୍ୟ ଦେଖି ମହିଳା ଜଣକ ପାଟିକରି ଆଖପାଖ ଲୋକଙ୍କୁ ଡାକିଥିଲେ। କେହି ନ ଆସିବାରୁ ମହିଳା ଜଣକ ନବଜାତ ଶିଶୁକୁ ଧରି ଘରକୁ ଆସିଥିଲେ। ଶିଶୁକୁ ନିଜେ ଘରେ ରଖିବା ପାଇଁ ଚାହିଁଥିଲେ କିନ୍ତୁ ଘଟଣା ସମ୍ପର୍କରେ କେହିଜଣେ ବ୍ୟକ୍ତି ଫୋନ୍‌ରେ ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲେ। ଖବରପାଇ ଚାଇଲ୍ଡ ଲାଇନ୍‌ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା, ସଦସ୍ୟ ଡୋଳାମଣି ସେଠ୍‌ ଓ ଝରଣା ଦୀପ୍‌ ପ୍ରମୁଖ ଅଧିକାରୀମାନେ ଚନ୍ଦନୀମାଲ ଗ୍ରାମରେ ପହଞ୍ଚତ୍ ଜନୈକ ମହିଳାଙ୍କଠାରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ଚାଇଲ୍ଡ ଲାଇନ୍‌ ତରଫରୁ ବ୍ରଜରାଜନଗର ପୋଲିସକୁ ଖବର ଦିଆଯାଇଥିଲା। ପରେ ଚାଇଲ୍ଡ ଲାଇନ୍‌ ତରଫରୁ ନବଜାତ ଶିଶୁକୁ ଜିଲା ମୁଖ୍ୟ ଚିକିସତ୍ାଳୟର ଏସ୍‌ଏନ୍‌ସିୟୁରେ ଭର୍ତ୍ତିକରି ଚିକିସତ୍ା କରାଯାଉଛି। ଏବେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଠିକ୍‌ଥିବା ଚାଇଲ୍ଡ ଲାଇନ୍‌ ତରଫରୁ କୁହାଯାଇଛି। ଉଦ୍ଧାର କରାଯାଇଥିବା ଶିଶୁପତ୍ର ଗୋଟିଏ ଦିନ ପୂର୍ବରୁ ଜନ୍ମ ହୋଇଥିବା କୁହାଯାଉଛି ା