Categories: ଜାତୀୟ

ରାସ୍ତା କଡ଼ରେ ଗାଡ଼ିରେ ବସି ମୋବାଇଲ୍‌ରେ ଗପିଲେ ବି କଟିବ ଚାଲାଣ

ଚଣ୍ଡିଗଡ଼,୧୬।୧: ରାସ୍ତାରେ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ରେ ଗପିଲେ ଚାଲାଣ କଟିବାର ବ୍ୟବସ୍ଥା ରହିଛି। ତେବେ ରାସ୍ତାକଡ଼ରେ ଗାଡ଼ି ରଖି ମୋବାଇଲ୍‌ରେ କଥାହେଲେ ଏବେ ଜରିମାନା ଦେବାକୁ ପଡ଼ିବ। ନୂତନ ମୋଟର ଯାନ ଆଇନ ଅନ୍ତର୍ଗତ ଆସନ୍ତା ଫେବୃୟାରୀଠାରୁ ଚଣ୍ଡିଗଡ଼ରେ ଏଭଳି ଆଇନ ଲାଗୁ ହେବାକୁ ଯାଉଛି। ପ୍ରଥମ ଥର ଏଭଳି କରିଥିବା ଗାଡ଼ି ଚାଳକଙ୍କଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ। ଏହାପରେ ଦ୍ୱିତୀୟ ଥର ଏଭଳି କରିଥିବା ଗାଡ଼ି ଚାଳକଙ୍କଠାରୁ ଏକ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ। ନୂତନ ମୋଟର ଯାନ ଆଇନ ଅନ୍ତର୍ଗତ ରାସ୍ତା କଡ଼ରେ ଗାଡ଼ି ରଖି ମୋବାଇଲ୍‌ରେ ଗପିଲେ ମଧ୍ୟ ଯଦି ଏହାଦ୍ୱାରା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥାଏ ତେବେ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇ ପାରିବ।

Share