ରାସ୍ତା କାମ ନିମ୍ନ ମାନର ଯୋଗୁ ସରକାରୀ ଯନ୍ତ୍ରୀଙ୍କୁ ଉଠ୍‌ବସ କରାଇଲେ ପାଟଣାଗଡ଼ ବିଧାୟକ, ଭିଡିଓ ଭାଇରାଲ

ବଲାଙ୍ଗୀର ଅଫିସ,୬।୬: ପାଟଣାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ଜଣେ ସରକାରୀ ଯନ୍ତ୍ରୀଙ୍କୁ ଲୋକଙ୍କ ସମ୍ମୁଖରେ ଉଠ୍‌ବସ୍‌ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଚର୍ଚ୍ଚାର ବିଷୟ ପାଲଟିଛି। ବେଲପଡ଼ା-ମଣ୍ଡଳ ରାସ୍ତା କାମ ନିମ୍ନମାନର ହୋଇଥିବାରୁ ସେ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଉଥିବା ଦେଖାଯାଇଛି। ବିଧାୟକ ମେହେର ଯନ୍ତ୍ରୀଙ୍କୁ ଶହେ ଥର ଉଠ୍‌ବସ ହେବାକୁ କହିବା ସହ ଏପରି ନ କଲେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ମାଡ଼ ମାରିବାକୁ ସେ ବିଧାୟକ ଭାବେ ନିର୍ଦ୍ଦେଶ ଦେଉଛନ୍ତି ବୋଲି କହିଥିଲେ। ତେବେ ଏ ନେଇ ବିଧାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମୟ ସହ ତାଳଦେଇ ନୂଆ ଟେକ୍ନୋଲୋଜି ଆପଣେଇବା ଆବଶ୍ୟକ

ପ୍ରାୟ ୩ ଦଶନ୍ଧି ଧରି ଓଡ଼ିଶାର ପାଓ୍ବାର ସଲ୍ୟୁଶନ ଶିଳ୍ପରେ ଅଗ୍ରଣୀ ଅନୁଷ୍ଠାନ ଭାବେ ଏମ୍‌/ଏସ୍‌ ଲିଓଟ୍ରୋନିକ୍ସ ପାଓ୍ବାର ସିଷ୍ଟମ୍‌ ପରିଚୟ ପାଇଛି। ୧୯୯୮ରେ ଏହି...

ସାଂସଦଙ୍କ ବଢ଼ିଲା, ଆମର କେବେ:ଜୋର୍‌ ଧରିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

ଭୁବନେଶ୍ୱର,୨୬ା୩ (ରବିନାରାୟଣ ଜେନା):ବଜେଟ ଅଧିବେଶନ କାଳରେ ଗୃହ ସୁରୁଖୁରୁରେ ଚାଲିପାରୁ ନ ଥିବାବେଳେ ଏବେ ବିଧାୟକଙ୍କ ଦରମା ବୃଦ୍ଧି ଦାବି ଜୋର୍‌ ଧରିଛି। ମଙ୍ଗଳବାର ଦରମା...

ନିର୍ବାଚନୀ ଖର୍ଚ୍ଚ ବିବରଣୀ ଦେଇନାହାନ୍ତି ୧୪ ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର,୨୬ା୩(ରବିନାରାୟଣ ଜେନା):ରାଜ୍ୟରେ ନିର୍ବାଚନ କିଭଳି ତ୍ରୁଟିପୂର୍ଣ୍ଣ ଓ ଶୃଙ୍ଖଳିତ ହେବ ସେନେଇ ମଙ୍ଗଳବାର ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆର୍‌. ସନ୍ଥଗୋପାଲନ୍‌ ରାଜନୈତିକ ଦଳଗୁଡ଼ିକ...

ପାରଦ ଉପରମୁହାଁ: ୪ ଜିଲାକୁ ହିଟ୍‌ଓ୍ବେଭ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଲାଗିରହିଥିବା ବେଳେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ପାଇଥିଲା। ତେବେ ମଙ୍ଗଳବାରଠାରୁ ରାଜ୍ୟର ପାରଦ...

ସର୍ବଦଳୀୟ ବୈଠକ ନିଷ୍ଫଳ, ଧାରଣାରେ ବିରୋଧୀ

ଭୁବନେଶ୍ୱର,୨୬ା୩(ରବିନାରାୟଣ ଜେନା):ଗୋଟିଏପଟେ କଂଗ୍ରେସର ଘଣ୍ଟ, କରତାଳି ମାଡ଼ ଓ ଅନ୍ୟପଟେ ବିଜେଡି ନାରାବାଜିରେ ମଙ୍ଗଳବାର କମ୍ପିଥିଲା ବିଧାନସଭା। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ...

କଂଗ୍ରେସ ବିଧାୟକଙ୍କ ନିଲମ୍ବନ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର, ୨୬ା୩(ସୁନିତ୍‌ ମିଶ୍ର):କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ବାଚସ୍ପତି ମଙ୍ଗଳବାର ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବନ କରିବା ପରେ ଏହାକୁ ନେଇ ରାଜନୀତି ତେଜିଛି।...

ବାଲିଘାଟରେ ପୋଲିସକୁ ଅତର୍କିତ ଆକ୍ରମଣ,୨ କନ୍‌ଷ୍ଟେବଲ ଗୁରୁତର

ଛେନାପଦି,୨୫।୩(ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜମ୍ଭିରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀ ବାଲିଘାଟରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚୋରା...

ବିଧାନସଭାରେ ଠେଲାପେଲା: ପୋଲିସ-କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ୱର,୨୫।୩: ବିଧାନସଭା ଆଗରେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା-ପୋଲିସ। ଭିତରକୁ ଯିବାକୁ ଚାହୁଁଥିବାବେଳେ ପୋଲିସ ରୋକିବାକୁ ନେଇ କଂଗ୍ରେସ ନେତା ଓ ପୋଲିସ ମଧ୍ୟରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image