ରଣପୁର,୨୭ା୭ (ସ୍ବ.ପ୍ର.): ରଣପୁର ବ୍ଲକ କୂଳସର ପଞ୍ଚାୟତର ଏକ ରାସ୍ତା ଖୋଳିଦିଆ ଯିବାରୁ କୂଳସର-ନୀଳପଲ୍ଲୀ ବିଚ୍ଛିନ୍ନ ହୋଇଯାଇଛି। ପୂର୍ବରୁ ଏହି ରାସ୍ତା ଶୋଚନୀୟ ହୋଇପଡିଥିଲା। ବାରମ୍ବାର ଦାବି ପରେ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇ ନୂତନ ଭାବେ ରାସ୍ତାକାର୍ଯ୍ୟ କରାଯାଉଥିଲା। ହେଲେ ଶୁକ୍ରବାର କେହି ଦୁର୍ବୃତ୍ତ ଜେସିବି ସାହାଯ୍ୟରେ ୧୨ଫୁଟ ଓସାରରେ ରାସ୍ତା ଖୋଳିଦେଇଛନ୍ତି। ଫଳରେ ଯାତାୟାତ ବନ୍ଦ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।