ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ କାର୍ଯ୍ୟନିର୍ବାହୀ ଅଧିକାରୀ

ଗଞ୍ଜାମ,୮।୬(ଡିଏନଏ )ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୯ ବରପଲି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ବୋଲି ଗ୍ରାମବାସୀ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଇଓଙ୍କ ଉପସ୍ଥିତରେ ରାସ୍ତା ମଝିରୁ ଫେବର ବାହାର କରି କାମର ଗୁଣମାନ ଯାଞ୍ଚ କରିଥିଲେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା । ଟେଣ୍ଡର ଅନୁସାରେ ସମସ୍ତ ଗାଇଡ଼ ଲାଇନକୁ ଅନୁସରଣ କରି କାମ କରିବା ସହ ନିର୍ଦ୍ଧାରିତ ସମୟରେ କାମ ସମ୍ପୂର୍ଣ କରିବାକୁ ଇଓ ମିଶ୍ର ଠିକାଦାରଙ୍କୁ ତାଗିଦ କରିଛନ୍ତି । ପରେ ଇଓ ମିଶ୍ର ଗ୍ରାମବାସୀଙ୍କ ସହ ଆଲୋଚନା କରି ଠିକ ସମୟରେ କାମ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଇଓଙ୍କ ପରିଦର୍ଶନ ବେଳେ କନିଷ୍ଠ ଯନ୍ତ୍ରୀ ପଣ୍ଡାଙ୍କ ସମେତ ମହିଳା କନିଷ୍ଠ ଯନ୍ତ୍ରୀ ବିଷ୍ଣୁପ୍ରିୟା ସାବତ, ଗ୍ରାମର ସାଗର ତରାଇ, ଶିବାନନ୍ଦ ପଲାଇ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Share