Advertisement

ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦକଲେ ଗ୍ରାମବାସୀ

କେନ୍ଦୁଝର,୧୩।୧(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଯାଇଥିବା ଏନ୍‌ଏଚ୍‌ ୪୯ରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ଅଙ୍କାବଙ୍କା ନିର୍ମାଣ କରାଯାଉଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସଦର ବ୍ଲକ ବୋଦାପଲସା ଗ୍ରାମବାସୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ତେବେ କୌଣସି ପଦକ୍ଷେପ ନିଆ ନ ଯିବାରୁ ବାଧ୍ୟ ହୋଇ ଗ୍ରାମବାସୀ ସୋମବାର ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share