ରାସ୍ତା ନିର୍ମାଣ ଦାବିରେ ଜିଲାପାଳଙ୍କ ଅଫିସ ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ

ବରଗଡ଼ ଅଫିସ,୨୧।୧୨: ବରଗଡ଼ ଜୀରାନଦୀରେ ପୋଲ ନିର୍ମାଣ ଦୁଇବର୍ଷ ତଳୁ ସରିଛି। ମାତ୍ର ରାସ୍ତା ନିର୍ମାଣ ହୋଇ ପାରି ନାହିଁ। ଫଳରେ ଏପର୍ଯ୍ୟନ୍ତ ପୋଲ ନିର୍ମାଣର କୌଣସି ସୁଫଳ ମିଳି ନାହିଁ ବୋଲି ଅଭିଯୋଗ ହୋଇଛି। ଏ ନେଇ ବରଗଡ଼ ବ୍ଲକ ଅନ୍ତର୍ଗତ ରୋହିଣିଆଁରୁ ଖୁଣ୍ଟପାଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବିରେ ଶନିବାର ୮ଟି ଗ୍ରାମର ଶତାଧିକ ଗ୍ରାମବାସୀ ବରଗଡ଼ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ଖୁଣ୍ଟପାଲି, ତୁରୁଙ୍ଗା, ତୁମଗାଁ, ଲିଙ୍ଗରାଜ, ବାଦପାଲି, ବେହେରା, କୁସନପୁରୀ ଆଦି ଗ୍ରାମର ଗ୍ରାମବାସୀ ସାମିଲ ଅଛନ୍ତି। ରାସ୍ତା ନିର୍ମାଣ ନେଇ ଠୋସ୍‌ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

Share