ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଗଛକଟା

ବନ୍ତ,୨୨।୬(ସ୍ବ.ପ୍ର.): ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥ ନିର୍ମାଣ ନେଇ ବନ୍ତ ତହସିଲ ଅଧୀନ ଟିଲୋ ବଡସାହିଠାରେ ଶନିବାର ପ୍ରଶାସନ ପକ୍ଷରୁ ଗଛକଟା ହୋଇଛି। ରାସ୍ତା ନିର୍ମାଣ ନେଇ ପୂର୍ବରୁ ପ୍ରଶାସନ ଦଖଲ ଉଚ୍ଛେଦ କରିଥିଲେ ମଧ୍ୟ କେତେକ ଗଛ ରହିଯାଇଥିଲା। ଏହା ରାସ୍ତା ନିର୍ମାଣରେ ବାଧକ ସାଜିଥିଲା। ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀ, ବନ୍ତ ଥାନାଧିକାରୀ ଗଣେଶ୍ୱର ପ୍ରଧାନ, ଜମି ଅଧିଗ୍ରହଣ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ମଣ୍ଡଳ, ବିଶ୍ୱ ବ୍ୟାଙ୍କ ସୋସିଆଲ ଏକ୍ସପର୍ଟ ଆଲୋକ କୁମାର ଦେ ଓ ୨ ପ୍ଲାଟୁନ ଫୋର୍ସଙ୍କ ଉପସ୍ଥିତିରେ ଗଛ କଟାଯାଇଥିଲା।