ରାସ୍ତା ପାର ହେଉଥିବା ବେଳେ ଚାଲିଗଲା କବି, ନାଟ୍ୟ ନିର୍ଦ୍ଦେଶକଙ୍କ ଜୀବନ

ଚଣ୍ଡିଖୋଲ,୧୪।୨(ଡି.ଏନ୍‌.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ସ୍କୁଟି ପଛରୁ ଟ୍ରକ୍‌ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାହାଦୁର ନଗର ଗ୍ରାମର କୁଳମଣି ସାମଲ (୮୦)। କୁଳମଣି ଜଣେ କବି ଓ ନାଟ୍ୟ ନିର୍ଦ୍ଦେଶକ ହୋଇଥିବା ବେଳେ ବଡ଼ଚଣା ଓ ମାହାଙ୍ଗା ଅଞ୍ଚଳରେ କବି ଗୌରବ ଭାବେ ବେଶ୍‌ ପରିଚିତ। ସେ ରାସ୍ତା ପାର ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।