ରାସ୍ତା ପ୍ରଶସ୍ତୀକରଣ ଲାଗି ଦାବିପତ୍ର

ସୋର, ୬।୯(ଡି.ଏନ.ଏ.): ସୋର ବ୍ଲକ ନଟାପଡ଼ାଠାରେ ୧୩୨/୩୩ କେଭି ଗ୍ରୀଡ଼ ସବ୍‌ଷ୍ଟେଶନ ପାଚେରି କଡ଼ ଦେଇ ଚାଷ ଜମିକୁ ଯାଇଥିବା ରାସ୍ତାକୁ ପ୍ରଶସ୍ତୀକରଣ ଲାଗି ଗ୍ରାମବାସୀ ଏସ୍‌ଡ଼ିଓ ଓ ସୋର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ନକଲ ବାଲେଶ୍ୱର ଜିଲାପାଳ, ଶକ୍ତି ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ଭଦ୍ରକ ଏମ୍‌ପି, ବିଦ୍ୟୁତ୍‌ ବିଭାଗର ସଚିବଙ୍କ ନିକଟକୁ ପଠାଯାଇଛି।
ଦାବିଗୁଡିକ ମଧ୍ୟରେ ପାଚେରି କଡ଼ରେ ଓସାରିଆ ରାସ୍ତା ନିର୍ମାଣ କରିବା, ଦୁଇ ତାଳିଆ ଜଳ ପ୍ରକଳ୍ପର ଜଳ ଚାଷୀଙ୍କୁ ଯୋଗାଇ ଦେବା, ନଟାପଡ଼ା ଓ ତିଳଦା ଗ୍ରାମକୁ ପୋଷ୍ୟ ଗ୍ରାମ୍ୟ ଭାବେ ଗ୍ରହଣ କରି ସିଧାସଳଖ ବିଦ୍ୟୁତ୍‌ ସଂଯୋଗ କରିବା, ଗ୍ରୀଡ୍‌ ରାସ୍ତା ପାର୍ଶ୍ୱରେ ବିଦ୍ୟୁତ୍‌କରଣ, ଗ୍ରୀଡ୍‌ରୁ ଷ୍ଟ୍ରକଚରକୁ ଯାଉଥିବା ଖୋଲା ବିଦ୍ୟୁତ୍‌ ତାରକୁ କେବୁଲ୍‌ ବ୍ୟବସ୍ଥା କରିବା ଆଦି ରହିଛି। ଏହାର ସ୍ଥାୟୀ ସମାଧାନ କରା ନ ଗଲେ ଆନ୍ଦୋଳନାମତ୍କ ଗ୍ରହଣ କରାଯିବ ବୋଲି ଗ୍ରାମର ଅଜୟ କୁମାର ଦାସ, ଶ୍ରୀଧର ବାରିକ, ନିତ୍ୟାନନ୍ଦ ବାରିକ, ସୁଦାମ ମହାକୁଡ଼, ରବୀନ୍ଦ୍ର କୁମାର ଦାସ, ନିରଞ୍ଜନ ମଲ୍ଲିକ, ପ୍ରସନ୍ନ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି।

Share