ରାସ୍ତା ମଝିରେ କାରରଖି ହଙ୍ଗାମାକଲେ ୨ ବଙ୍ଗୀୟ ଯୁବତୀ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ରାସ୍ତା ମଝିରେ କାର୍‌ ରଖି ହଙ୍ଗାମା କଲେ ନିଶାସକ୍ତ ୨ ବଙ୍ଗୀୟ ଯୁବତୀ। ଶନିବାର ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ କାର୍‌କୁ ଜବତ କରିଛି।
ପ୍ରକାଶ ଯେ, ସମ୍ପୃକ୍ତ ଯୁବତୀଦ୍ୱୟ କପିଳେଶ୍ୱର ରାସ୍ତା ମଝିରେ କାର ରଖିଥିଲେ। କୌଣସି କଥାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ସେମାନଙ୍କର ପ୍ରତିବାଦ ହୋଇଥିଲା। ଏହା ପରେ ଯୁବତୀଦ୍ୱୟଙ୍କ ଉତ୍‌ପାତ ଆରମ୍ଭ ହୋଇଯାଇଥିଲା। ସେମାନେ ଗାଡ଼ିରୁ ଓହ୍ଲାଇ ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ। ଅନ୍ୟପକ୍ଷରେ ଯୁବତୀଦ୍ୱୟ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡ଼ିଛି। ସେମାନଙ୍କ କାରରୁ ମଦ ବୋତଲ ଓ ସିଗାରେଟ ମିଳିଛି। ତେବେ ଲିଙ୍ଗରାଜ ଥାନା ପୋଲିସ ସେମାନଙ୍କୁ ଅଟକ ରଖିଛି।

Share