Advertisement
Categories: ମେଟ୍ରୋ

ରାସ୍ତା ମଝିରେ ଖରାପ ହେଲା ଅଳିଆ ବୋଝେଇ ହାଇଓ୍ବା: କଟକ ରୋଡ୍‌ରେ ଟ୍ରାଫିକ୍‌ ଜାମ ପରିସ୍ଥିତି

କଟକ ରୋଡ୍‌,୧୭।୫(ଡି.ଏନ୍‌.ଏ.): ସ୍ଥାନୀୟ ଲକ୍ଷ୍ମୀସାଗର ଟ୍ରାଫିକ୍‌ ଛକ ନିକଟରେ ଶୁକ୍ରବାର ଏକ ଅଳିଆ ବୋଝେଇ ହାଇଓ୍ବା ଖରାପ ହେବା ପରେ କଟକ ରୋଡ୍‌ ଅଞ୍ଚଳରେ ନାହିଁ ନ ଥିବା ଟ୍ରାଫିକ୍‌ ସମସ୍ୟା ଉପୁଜିଛି। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ରେ ଡାଳପତ୍ର ସାଙ୍ଗକୁ ଅଳିଆ ନେଇ ଯାଉଥିବା ଉକ୍ତ ହାଇଓ୍ବାରେ କୌଣସି କାରଣ ବଶତଃ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଫଳରେ ଗାଡ଼ିଟି ମଝି ରାସ୍ତାରେ ଅଟକି ରହିଥିଲା। ଲୋକମାନେ ଟ୍ରାଫିକ୍‌ ଜାମରେ ଫସିଥିଲେ। ତେବେ ଲକ୍ଷ୍ମୀସାଗର ଅଞ୍ଚଳକୁ ଯାଉଥିବା ଏକ ଜେସିବି ହାଇଓ୍ବାକୁ ରାସ୍ତାରୁ ଦୂରେଇବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ସୁଫଳ ମିଳିପାରି ନ ଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ନିକଟରେ ଥିବା ଟ୍ରାଫିକ୍‌ ପୋଷ୍ଟ କର୍ମଚାରୀ ହାଇଓ୍ବାଟିକୁ ହଟାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share