ରାସ୍ତା ମଝିରେ ଜଳିଗଲା ବୋଲେରୋ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ଇନ୍‌ଫୋସିଟି ଛକ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବୋଲୋରୋ  (ଓଡି-୦୨ଏନ୍‌-୦୧୪୩)ରେ ନିଅଁ। ଲାଗିଯାଇଥିଲା। ଫଳରେ ବୋଲେରୋରେ ଥିବା ଡ୍ରାଇଭର ଏବଂ ଜଣେ ଯାତ୍ରୀ ଜୀବନ ବଞ୍ଚାଇବାକୁ ଦୌଡ଼ିି ପଳାଇଥିଲେ। ଏହାପରେ ବୋଲେରୋଟି ହୁତୁହୁତୁ ହୋଇ ଜଳିିଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଅଁ।କୁ ଆୟତ୍ତ କରିଥିଲେ। ଏହାପରେ ଇନ୍‌ଫୋସିଟି ଥାନା ପୋଲିସ ଉକ୍ତ ଗାଡ଼ିିକୁ ଜବତ କରି ଗାଡ଼ି ମାଲିକଙ୍କୁ ଖବର ଦେଇଥିଲେ। ହେଲେ ମାଲିକ ଆସି ନ ଥିବା ପୋଲିସ କହିଛି। ଗାଡ଼ିିର ବ୍ୟାଟେରି ଶଟ୍‌ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଅପରାହ୍ନ ୧.୨୯ରେ ବୋଲେରୋଟି ଇନ୍‌ଫୋସିସ୍‌ ଭିତରୁ ଇନ୍‌ଫୋସିସ୍‌ ଛକ ଅଭିମୁଖେ ଆସୁଥିଲା। ଛକର ୨୫ମିଟର ଦୂରରେ ହଠାତ୍‌ ଗାଡ଼ିର ଇଞ୍ଜିନ୍‌ରୁ ଧୂଅଁ। ବାହାରିଥିଲା। ଡ୍ରାଇଭର ନିଜେ ଓହ୍ଲାଇଯିବା ସହ ଯାତ୍ରୀ ଜଣଙ୍କୁ ତୁରନ୍ତ ପଦାକୁ ଚାଲିଆସିବା ପାଇଁ କହିଥିଲେ। ସେମାନେ ଓହ୍ଲାଇବା ମାତ୍ରେ ବୋଲେରୋଟି ଜଳିବାକୁ ଲାଗିଥିଲା। ସେଠାରେ ଥିବା ଲୋକେ ନିଅଁା ଲିଭାଇବାକୁ ଉଦ୍ୟମ କରି ବିଫଳ ହେବାରୁ ଅଗ୍ନିଶମ ବାହିନୀକୁ ଫୋନ୍‌ କରିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ୨୦ ମିନିଟ ଭିତରେ ନିଅଁ। କୁ ଆୟତ୍ତ କରିଥିଲେ।

Share