Categories: ଜାତୀୟ

ରାସ୍ତା ମଝିରେ ଭୋ-ଭୋ ହୋଇ କାନ୍ଦିଲେ ପ୍ରାର୍ଥୀ

ଲକ୍ଷ୍ନୌ,୧୧।୧୦: ଉତ୍ତର ପ୍ରଦେଶର ଘୋସି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାବେଳେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ଗାଡିକୁ ପୋଲିସ ସିଜ୍‌ କରିଦେବାରୁ ପ୍ରାର୍ଥୀ ଭୋ-ଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ତାଙ୍କ ସମର୍ଥକମାନେ ଏହାକୁ ନେଇ ଗଣ୍ଡଗୋଳ ଆରମ୍ଭ କରିଦେଇଥିଲେ। ସୂଚନାଯୋଗ୍ୟ, ଘୋସି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରାଜମଙ୍ଗଳ ଯାଦବଙ୍କ ନିର୍ବାଚନ ଗାଡିକୁ ପୋଲିସ୍‌ ସିଜ୍‌ କରିଥିଲା। ନିର୍ବାଚନ ଆଚାର ସଂହିତା ଉଲ୍ଲଂଘନ କରିବା ଅଭିଯୋଗରେ ପୋଲିସ ଏଭଳି ପଦକ୍ଷେପ ନେଇଥିଲା। କିନ୍ତୁ ପୋଲିସ ତାଙ୍କୁ ମାରପିଟ୍‌ କରିଥିବା ରାଜମଙ୍ଗଳ ଅଭିଯୋଗ କରିଛନ୍ତି।

Share