ରାସ୍ତା ମରାମତି କଲେ ସୁକିନ୍ଦା ଭୀମଆର୍ମି କର୍ମକର୍ତ୍ତା

ସୁକିନ୍ଦା,୧୮ା୯(ଡି.ଏନ୍‌.ଏ.) : ଯାଜପୁର ଜିଲାର ଖଣିଖାଦାନ ସହ ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ୫୩ ନମ୍ବର ଯାତୀୟ ରାଜପଥ ଶୋଚନୀୟ ହୋଇପଡିଛି। ସୁକିନ୍ଦାଠାରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭରି ରହିଥିବାରୁ ଯାତାୟାତରେ ବହୁ ସମସ୍ୟା ଦେଖାଦେଉଛି। ଏ ନେଇ ବହୁବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ଭୀମଆର୍ମିର କର୍ମୀମାନେ ଏକତ୍ରିତ ହୋଇ ରାସ୍ତା ମରାମତି କାମ ଆରମ୍ଭ କରିଛନ୍ତି। ରାଜେଶ ମଲ୍ଲିକଙ୍କ ନେତୃତ୍ୱରେ ସୋମବାରଠାରୁ ସମସ୍ତ କର୍ମୀମାନେ ସଂସାଇଲୋ ଛକଠାରୁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ମାଟି ମରମ ଢାଳି ମରାମତି କରିଛନ୍ତି। ଅରବେନ୍ଧୁ ଦାସ, ପପୁ ମଲ୍ଲିକ, ବୁଲୁ ମଲ୍ଲିକ, ଶେଖର ମଲ୍ଲିକ, ସୁରଜ ମଲ୍ଲିକ, ସୁଶାନ୍ତ କୁମାର ମଲ୍ଲିକ ପ୍ରମୁଖ ରାସ୍ତା ମରାମତିରେ ସହଯୋଗ କରିଥିଲେ।