ରାସ୍ତା ମରାମତି ଦାବିରେ ଜମନକିରା ୫୩ ନମ୍ବର ରାଜ୍ୟ ରାଜପଥ ଅବରୋଧ

ଜମନକିରା, ୨୧।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଗୌଡ଼ପାଲିଠାରୁ ଦେବଗଡ଼ ପର୍ଯ୍ୟନ୍ତ ୫୩ ନମ୍ବର ରାଜ୍ୟ ରାଜପଥର ପ୍ରାୟ ୯୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ରହିଛି। ରାସ୍ତା ମରାମତି ନେଇ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ହେଁ ବିଭାଗ ଏବଂ ସମ୍ପୃକ୍ତ ଠିକାଦାର ସଂସ୍ଥା ପ୍ରତିଶ୍ରୁତି ଦେଇ ଠକିଚାଲିଛନ୍ତି। ଏ ନେଇ ବୁଧବାର ଅଞ୍ଚଳବାସୀ ଜମନକିରା ମୁଖ୍ୟଛକଠାରେ ୫୩ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତିି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରୁଛନ୍ତି । ରାସ୍ତା ମରାମତି କାମ ଆରମ୍ଭ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକୋ ଜାରିରହିବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି।

Share