Categories: ଜାତୀୟ

ରାସ୍ତା ସଫା କଲେ ସିଦ୍ଧୁ

ଅମୃତସର, ୮।୭: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସ୍ତ୍ରୀ ନବଜୋତ କୌରଙ୍କ ସହ ମିଶି ସ୍ବଚ୍ଛ ଅମୃତସର ଅଭିଯାନରେ ଭାଗ ନେଇଛନ୍ତି। ଅମୃତସର ସଡ଼କରେ ପଡିଥିବା ଅଳିଆ ଆବର୍ଜନାଗୁଡିକୁ ନିଜେ ଝାଡୁ ଧରି ସଫା କରିଥିଲେ ସିଦ୍ଧୁ। ସୂଚନାଯୋଗ୍ୟ, ଭାଜପା ଛାଡି କଂଗ୍ରେସରେ ଯୋଗ ଦେବାପରେ ବିବାଦ ସିଦ୍ଧୁଙ୍କ ପିଛା ଛାଡୁନି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ତାଙ୍କ ଝଗଡା ଯୋଗୁ କ୍ୟାବିନେଟ୍‌ ବୈଠକକୁ ମଧ୍ୟ ସିଦ୍ଧୁଙ୍କୁ ଡକାଯାଇ ନ ଥିଲା। ପରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ସିଦ୍ଧୁ କିଛି ଦିନ ହେବ ଗଣମାଧ୍ୟମଠାରୁ ନିଜକୁ ଦୂରେଇ ରଖିଛନ୍ତି।

Share