Advertisement
Categories: ବରଗଡ଼

ରାସ୍‌ତାରେ ପଲ୍‌ହା ରୁଇଲେ ଗଁ। ବାସୀ

 

ଜାମଟିକ୍ରା, ୩।୮ (ଡି.ଏନ୍‌.ଏ):
ଗଁା ଗଁାରେ ହେବା ବିକାଶ। ହଁସ୍‌ବେ ଜନତା ଆର ବିକାଶ ହେବା ଗଁାର। ଏନ୍‌ତା ସବୁ ନାରା ଦେଇ ସରକାର ପରଚାର ପରସାର କରୁଛନ୍‌। ସେନ୍‌ତା ରାଏଜ୍‌ ସରକାର ଆମ ଗଁା ଆମ ବିକାଶ ଯୋଜନାରେ କୋଟି କୋଟି ଟଁକା ଖରଚ୍‌ କରୁଥିଲାବେଲେ ଅନେକ ଜାଗାରେ ବିକାଶର ଉଲଟିଆ ଚିତ୍‌ର ଦେଖ୍‌ବାକେ ମିଲୁଛେ। ପଶ୍ଚିମ ଓଡ଼ିଶାରେ ଆଏଜ୍‌ ବି ଏନ୍‌ତା ଅନେକ ଗଁା ଅଛେ, ଯେନ୍‌ଠାନେ ଲୋକ୍‌ ସାଧାରନ୍‌ ମଉଲିକ ସୁବିଧାର ଲାଗି ଯୁଝୁଛନ୍‌। ଏନ୍‌ତା ଗୁଟେ ଦୁରୁଶ୍‌ ଦେଖ୍‌ବାକେ ମିଲିଛେ ଅତାବିରା ବ୍ଲକ ଜହ୍ନାପଡ଼ା ପଁଚେତ୍‌ ସଦର ଗଁାରେ।
ସୂଚନା ଅନ୍‌ସାରେ ଗଲା ଗୁରୁବାର ଅତାବିରା ବ୍ଲକ ଜହ୍ନାପଡ଼ା ଗଁାବାସୀ କାଦୋ ପଚ୍‌ ପଚ୍‌ ଗଁା ମୁଖିଆ ରାସ୍‌ତାରେ ଧାନ୍‌ ପଲ୍‌ହା ରୁଇ ପରତିବାଦ ଜନେଇଛନ୍‌। ଅତାବିରା ଶାଖା କେନାଲ ବ୍ରିଜରୁ ଗଁାକେ ଯାଇଥିବାର ୩ କି.ମି. ମୁଖିଆ ରାସ୍‌ତା ଏହେଦେ ବରଷା ପାଏନ୍‌ରେ କାଦୋ ସରସର ହେଇଯାଇଛେ। ରାସ୍‌ତାରେ ଗାଡ଼ିମଟର, ଲୁହାଚକ ଲଗା ଟ୍ରାକ୍ଟର ଯାଇଆସି ବଡ଼ବଡ଼ ଖାଲ ହେବାର ସଂଗେ ରାସ୍‌ତାର ଅବସ୍‌ତା ବହୁତ୍‌ ଖରାପ ହେଇଯାଇଛେ। ରାସ୍‌ତାରେ ଅଁାଠେ କାଦୋ ଭିତରେ ଗଁାବାସୀ ଫିଦିନ୍‌ କାମ୍‌ଧଁଦାରେ ରେଙ୍ଗାଲିକ୍ୟାମ୍ପ, ଅତାବିରା ବ୍ଲକକେ ଯିବାର ଆଏବାର କରୁଛନ୍‌। ସେନ୍‌ତା ଇ ରାସ୍‌ତାରେ ଗଁାର ଛାତ୍ରୀଛାତ୍ରମାନେ ସ୍କୁଲ, କଲେଜକେ ଗଲାଆଏଲା ବେଲେ ବଡ଼ଭାରି ସମସିଆର ସାମନା କରୁଛନ୍‌। ଇ ଗଁାରେ ପଁଚେତ୍‌ ଅଫିସ, ଡାକ୍‌ତରଖାନା, ପୋଷ୍ଟ ଅଫିସ, ଆରଆଇ ଅଫିସ, ଉଚ୍ଚ ବିଦ୍ୟାଲୟ ଆଦି ରହିଛେ। ଯେନ୍‌ଥିରଲାଗି ଆସର ପାସର ଗଁାର ହଜାର ହଜାର ଲୋକ୍‌ ଇ ରାସ୍‌ତା ଉପରେ ନିରଭର କରୁଛନ୍‌। ଏହେଦେ ରାସ୍‌ତାର ଅବସ୍‌ତା ଏନ୍‌ତା ହେଇଛେ ଯେ, ଗଁାକେ ଆମ୍ବୁଲାନ୍ସ ବି ଯାଇ ନାଇଁପାରବାର। ନିହାତି ଦରକାର ବେଲେ ଲୋକ୍‌ ରୁଗୀକେ ଦୁଲା ଫଁାଦି ନେବାର ଆନବାର କରୁଛନ୍‌। ରାସ୍‌ତା ମରାମତି ଲାଗି ଗଁାବାସୀ ଥାନୀୟ ସରପଁଚ୍‌, ବିଡିଓକୁଁ କହି କହି ଥକି ଯାଇଛନ୍‌। ଯେନ୍‌ଥିରଲାଗି ଶେଷେ ଗଁାବାସୀ ଉପେ ଶୂଇନ୍‌ ହେଇ ରାସ୍‌ତାରେ ଧାନ୍‌ ପଲ୍‌ହା ରୁଇ ପରଶାସନକେ ନିଜର ପରତିବାଦ ଜନେଇଛନ୍‌। ଜିଲାପାଲ ଇ ଦିଗେ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।

Share