ରାହାଞ୍ଜ ବଜାରରୁ ୫ ଦୋକାନରୁ ଚୋରି

ଭଦ୍ରକ ଅଫିସ, ୧୯।୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ବଜାରରୁ ୫ଟି ଦୋକାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ବଜାରରେ ଥିବା ଏକ ଇଲେକ୍ଟ୍ରି ଦୋକାନ, ତେଜରାତି, ସେଲୁନ, ଗୋଖାଦ୍ୟ ଓ ଗୋଟିଏ ଭେରାଇଟି ଷ୍ଟୋରର କବାଟ ଭାଙ୍ଗି ଚୋରମାନେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ଚୋରି କରି ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିଛି।