Categories: ଜାତୀୟ

ରାହୁଲଙ୍କୁ ଟାର୍ଗେଟ କଲେ ରାଜନାଥ: ଶସ୍ତ୍ରରେ ଓଁ ନ ଲେଖି କ’ଣ ଲେଖିଥାନ୍ତି?

ନୂଆଦିଲ୍ଲୀ, ୧୭।୧୦:ରାଫାଲ ବିମାନ ପୂଜାକୁ ନେଇ ଉଠିଥିବା ବିବାଦ ଉପରେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ହରିୟାଣାର ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରିବା ଅବସରରେ ରାଜନାଥ କହିଛନ୍ତି ଯେ, ବିଜୟା ଦଶମୀରେ ଶସ୍ତ୍ର ପୂଜା ପରମ୍ପରା ରହିଛି। ମୁଁ ରାହୁଲ ଗାନ୍ଧୀଙ୍କୁ ପଚାରିବାକୁ ଚାହେଁ, ଶସ୍ତ୍ର ପୂଜାରେ ଓଁ ନ ଲେଖି ଆଉ କଣ ଲେଖିଥାନ୍ତି? ସୂଚନାଯୋଗ୍ୟ, ଗତ ବିଜୟାଦଶମୀରେ ରାଫାଲ ବିମାନ ଆଣିବା ପାଇଁ ଫ୍ରାନ୍ସ ଯାଇଥିଲେ ରାଜନାଥ। ସେଠାରେ ଶସ୍ତ୍ର ପୂଜା କରିବା ସହ ବିମାନ ଉପରେ ଓଁ ଲେଖି ଫୁଲ ଦେଇ ପୂଜା କରିଥିଲେ। ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିଲା।

Share