ରାହୁଲଙ୍କୁ ଟାର୍ଗେଟ କଲେ ଶାହ

ରାଞ୍ଚି,୨।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏକ ପ୍ରକାର ହାରିଯାଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ପୁଣିଥରେ ନିଜର ସ୍ଥିତିକୁ ଫେରାଇବାକୁ ଚେଷ୍ଟା ଚଳାଇଥିବା ଆଲୋଚନା ହେଉଛି। ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବା ବେଳେ ଏବେ ଭାଜପାର ଷ୍ଟାର ପ୍ରଚାରକମାନେ ସେଠାରେ ଆୟୋଜିତ ରାଲିରେ ଯୋଗ ଦେଉଛନ୍ତି। ସୋମବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡରେ ଏକ ନିର୍ବାଚନ ରାଲିରେ ଯୋଗ ଦେବା ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ରାହୁଲ ବାବା ପଚାରୁଛନ୍ତି ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) କିଏ ଆଣିଛି। ଅନୁପ୍ରବେଶକାରୀଙ୍କୁ କାହିଁକି ବାହାର କରି ଦିଆଯାଉଛି। ଏମାନେ କୁଆଡେ ଯିବେ କେମିତି ରହିବେ। ଏହି ପ୍ରଶ୍ନକୁ ନେଇ ଶାହ ଉତ୍ତର ରଖିଛନ୍ତି, ଏମାନେ କ’ଣ ରାହୁଲ ବାବାଙ୍କ ଦାଦାପୁଅ ଭାଇ କି? କେବଳ ସେତିକି ନୁହେଁ କଡା ସ୍ବରରେ ଶାହ କହିଛନ୍ତି ୨୦୨୪ ମଧ୍ୟରେ ଦେଶରେ ଥିବା ଅନୁପ୍ରବେଶକାରୀଙ୍କୁ ବାଛି ବାଛି ବାହାର କରିବାର କାମ କେବଳ ଭାଜପା ସରକାର କରିବ।

Share